ଗାଁ ଭିତରେ ମହିଳାଙ୍କ ସାମ୍ବାଦିକ ସମ୍ମିଳନୀ ; ଅଙ୍ଗନବାଡ଼ି ଦିଦିଙ୍କ ବିରୁଦ୍ଧରେ ଉଠିଲା ସ୍ୱର I

ଗାଁ ଭିତରେ ମହିଳାଙ୍କ ସାମ୍ବାଦିକ ସମ୍ମିଳନୀ ; ଅଙ୍ଗନବାଡ଼ି ଦିଦିଙ୍କ ବିରୁଦ୍ଧରେ ଉଠିଲା ସ୍ୱର I

Share with people

ନ୍ୟାୟ ନମିଳିଲେ ସିଂଲା ଥାନା ଆଗରେ ସମୂହ ଗ୍ରାମବାସୀ ଧାରଣା ଦେବା ସହ ରାଜରାସ୍ତାକୁ ଓଲ୍ହାଇବେ ବୋଲି ଦେଲେ ଚେତାବନୀ ଦେଲେ ମହିଳାଙ୍କ ସମେତ ଗ୍ରାମବାସୀ I

କାହିଁକି ରାତି ଅଧରେ ମହିଳାଙ୍କୁ ଉଠାଇନେଇଥିଲେ ପୋଲିସ ?

ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ମହାପଦା ଗ୍ରାମରେ ଅଙ୍ଗନୱାଡି କର୍ମୀ ଙ୍କୁ ଗ୍ରାମବାସୀ ଙ୍କ ଆକ୍ରମଣ ଘଟଣା ରେ ଜନୈକା ଅଙ୍ଗନୱାଡି କର୍ମୀଙ୍କ ନାମରେ ସାମ୍ବାଦିକ ସମ୍ମିଳନୀ କରି ଗ୍ରାମବାସୀ ଆଣିଲେ ସାଙ୍ଘାତିକ ଅଭିଯୋଗ I ନ୍ୟାୟ ନମିଳିଲେ ସିଂଲା ଥାନା ଆଗରେ ସମୂହ ଗ୍ରାମବାସୀ ଧାରଣା ଦେବା ସହ ରାଜରାସ୍ତା କୁ ଉଲ୍କାଇବେ ବୋଲି ଦେଲେ ଚେତାବନୀ I ସୂଚନା ଅନୁଯାୟୀ ମହାପଦା ଗ୍ରାମ ର ଅଙ୍ଗନୱାଡି କର୍ମୀ ଉର୍ମିଳା ସାମଲ ଗତ 13 ତାରିଖ ରେ ଅଙ୍ଗନୱାଡି କେନ୍ଦ୍ର ପରିଚାଳନା କରୁଥିବା ବେଳେ ଛୁଟି ହେବା ପରେ ସମସ୍ତ ପିଲାଙ୍କୁ ଘରକୁ ପଠାଇ ଦେଇ ଜଣେ ପିଲାକୁ ଘର ଭିତରେ ତାଲା ବନ୍ଦ କରି ରଖିଦେଇଥିଲେ I ପିଲାଟି ଘରେ ପହଞ୍ଚିବାରେ ବିଳମ୍ବ ହେବାରୁ ଭକ୍ତ ପିଲା ର ମା ଖୋଜି ଖୋଜି ଆସି ଅଙ୍ଗନୱାଡି କର୍ମୀ ଙ୍କୁ ପିଲା ବାବଦରେ ପଚାରିବାରୁ ଅଙ୍ଗନୱାଡି କର୍ମୀ ଜଣକ ପିଲା ଏଠାରେ ନାହିଁ ବୋଲି କହିବା ସହ ତାଙ୍କୁ ଗାଳି ଗୁଲଜ କରି ଥିଲେ I ମାତ୍ର ଝରକା ପଟେ ଦେଖୁବାରୁ ପିଲାଟି ଘର ଭିତରେ ବସି ଥିବା ଦେଖିଥିଲେ ଆଉ କଣ ପାଇଁ ପିଲା ଟିକୁ ଘର ଭିତରେ ବନ୍ଦ କରି ରଖୁଛ ବୋଲି ପଚାରିବାରୁ କୌଣସି ସନ୍ତୋଷ ଜନକ ଉତ୍ତର ନଦେଇ ସେଠାରୁ ଖସି ପଳାଇ ଯାଇଥିଲେ I ଏହା ସହ ଅଙ୍ଗନୱାଡି କର୍ମୀ ଉର୍ମିଳା ସାମଲ 5 ଦିନ ପର୍ଯ୍ୟନ୍ତ ଅଙ୍ଗନୱାଡି କୁ ଆଉ ଆସି ନଥୁଲେ, 19 ତାରିଖ ଦିନ ଉର୍ମିଳା ସାମଲ ଅଙ୍ଗନୱାଡି କୁ ଆସିବା ପରେ ଉକ୍ତ ପିଲା ର ମା ଏବଂ ଗ୍ରାମର ଅନ୍ୟ ମହିଳା ମାନେ ଅଙ୍ଗନୱାଡି କେନ୍ଦ୍ର ରେ ପହଞ୍ଚି ସେଦିନ କଣ ପାଂଇ ପିଲା କୁ ଘର ଭିତରେ ତାଲା ବନ୍ଦ କରି ରଖୁଥୁଲ ବୋଲି ପଚାରିବାରୁ ଅଙ୍ଗନୱାଡି କର୍ମୀ ଜଣକ ମହିଳା ମାନଙ୍କୁ ନୀଚ୍ଚ ଜାତି ଉଠାଇ ଗାଳି ଗୁଲଜ କରିବା ସହ ମିଥ୍ୟା କେସ୍ କରି ଜେଲ୍ ରେ ପୂରାଇ ଦେବାକୁ ଧମକ ଦେଇ ଥିଲେ ବୋଲି ମହିଳା ମାନେ ଅଭିଯୋଗ କରିଛନ୍ତି Iଏହାପରେ ଅଙ୍ଗନୱାଡି କର୍ମୀ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ଯୁକ୍ତିତର୍କ ହେବା ସହ ଠେଲାପେଲା ହୋଇଥିଲା ଉତ୍ୟକ୍ତ ମହିଳା ମାନେ ଅଙ୍ଗନୱାଡି କର୍ମୀଙ୍କୁ ଏକ ଗଛରେ ବାନ୍ଧିଥିଲେ I

ଖବର ପାଇ ବାଲିଆପାଳ ସିଡିପିଓ ପାର୍ବତୀ ମୁର୍ମୁ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ହସପିଟାଲ ରେ ଭର୍ତ୍ତି କରିଥିଲେ I ତେବେ ଅଙ୍ଗନୱାଡି କର୍ମୀ ଉର୍ମିଳା ସାମଲ ସୁଭଦ୍ରା ଯୋଜନାରେ ଫର୍ମ ବାଣ୍ଟିବାକୁ ନେଇ ଗ୍ରାମବାସୀ ମାନେ ତାଙ୍କୁ ଆକ୍ରମଣ କରିଛନ୍ତି ବୋଲି ଥାନ ରେ ମିଥ୍ୟା ଅଭିଯୋଗ କରିଥିଲେ ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି I ଯାହ ଫଳରେ ସିଂଲା ଥାନା ପୋଲିସ ମହାପଦା ଗ୍ରାମରେ ଚଢଉ କରି 3ଜଣ ମହିଳା ଙ୍କୁ ଗିରଫ କରି କୋର୍ଟ ଚାଲଣ କରିଥିଲେ I ତେବେ ଅଙ୍ଗନୱାଡି କର୍ମୀଙ୍କୁ ଗିରଫ କରିବା ବଦଳରେ ବିନା କୌଣସି ତଦନ୍ତ କରି 3 ଜଣ ମହିଳା ଙ୍କୁ ରାତି ଅଧରେ ପୋଲିସ ଗିରଫ କରିବା ଘଟଣା କୁ ନେଇ ଗ୍ରାମରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି I ଅଙ୍ଗନୱାଡି କର୍ମୀ ଉର୍ମିଳା ସାମଲ ପୂର୍ବରୁ ଜଣେ ପିଲାକୁ ମାରି 5 ବର୍ଷ ଜେଲ୍ ଯାଇ ଥିବା ଗ୍ରାମବାସୀ ମାନେ ସାଂଘାତିକ ଅଭିଯୋଗ କରିଛନ୍ତି I ତେଣୁ ଘଟଣା ର ତଦନ୍ତ କରି ଅଙ୍ଗନୱାଡି କର୍ମୀ ଙ୍କୁ ନିଲମ୍ବନ କରିବା ସହ ଗ୍ରାମବାସୀ ଙ୍କୁ ନ୍ୟାୟ ପ୍ରଦାନ ପାଂଇ ସାମ୍ବାଦିକ ସମ୍ମିଳନୀ ଜରିଆରେ ଗ୍ରାମବାସୀ ଦାବି କରିଛନ୍ତି I ଯଦି ତାଙ୍କୁ ନ୍ୟାୟ ନମିଳେ ତାହାଲେ ସିଂଲା ଥାନା ଆଗରେ ଧାରଣା ଦେବା ସହ ସମୂହ ଗ୍ରାମବାସୀ ରାଜରାସ୍ତା କୁ ଭହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି I


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *