କଳିଙ୍ଗନଗର ନୀଳାଚଳ କାରଖାନାରେ ଠିକା କର୍ମଚାରୀ ନିଖୋଜ ପରେ ମୃତ ଦେହ ଉଦ୍ଧାର

କଳିଙ୍ଗନଗର ନୀଳାଚଳ କାରଖାନାରେ ଠିକା କର୍ମଚାରୀ ନିଖୋଜ ପରେ ମୃତ ଦେହ ଉଦ୍ଧାର

Share with people

ଯାଜପୁର କଳିଙ୍ଗନଗର ନୀଳାଚଳ କାରଖାନା ରେ ଠିକା କର୍ମଚାରୀ ନିଖୋଜ ଘଟଣା।କାରଖାନା ଭିତରୁ ନିଖୋଜ କର୍ମଚାରୀ ସିଲୁ ପ୍ରଧାନ ଙ୍କ ମୃତଦେହ ଉଦ୍ଧାର। ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି ହତ୍ୟା କରି ନିଳାଚଳ କାରଖାନା ଭିତରେ ଗାଡ ତାଡି ପୋତି ଦେଲେ ଅଭିଯୁକ୍ତ ମାନେ । ସୂଚନା ମୁତାବକ ଗତ ବୁଧବାର ରାତି ରେ ଅଭିଯୁକ୍ତ ମାନେ ସିଲୁ ଙ୍କୁ ହତ୍ୟା କରି କାରଖାନା ଭିତରେ ପୋତି ଦେଇଥିବା ପରିବାର ପକ୍ଷରୁ ଅଭିଯୋଗ ଆଣିଥିଲେ। ଏହି ଅଭିଯୋଗ ମୁତାବକ ମଧ୍ୟରାତ୍ରରେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ, ସୁକିନ୍ଦା ତହସିଲ ଅଧିକାରୀଣୀ, କଳିଙ୍ଗନଗର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ସାନ୍ଟିଫିକ ଟିମି କଳିଙ୍ଗନଗର ପୋଲିସ ଉପସ୍ଥିତିରେ ମାଟି ଖୋଳାଯାଇ ଶବ ଉଦ୍ଧାର କରାଯାଇଛି। ନିଳାଚଳ କମ୍ପାନି କତ୍ତୃପକ୍ଷ, ଜିଲ୍ଲା ପ୍ରଶାସନ, ଓ ମୃତକ ଙ୍କ ପରିବାର ସଦସ୍ୟ ଙ୍କ ମିଳିତ ଆଲୋଚନା ପରେ ମୃତକ ଙ୍କ ପରିବାରକୁ ୧୫ ଲକ୍ଷ ୫୦ ହଜାର ଟଙ୍କା ମୃତ୍ୟୁ ପରିବାରର ଜଣ ଙ୍କୁ ସ୍ଥାୟୀ ନିଯୁକ୍ତି, ପେନସନ,ଦିଆଯିବାକୁ ନିଷ୍ପତ୍ତି ପରେ ଆନ୍ଦୋଳନ ରୁ ଓହରିଛନ୍ତି ମୃତକ ଙ୍କ ପରିବାର। ସେପଟେ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଇବା ସହ ଅଭିଯୁକ୍ତ ମାନଙ୍କୁ ଗିରଫ କରିଛି କଳିଙ୍ଗନଗର ପୋଲିସ। ଗିରଫ ଅଭିଯୁକ୍ତମାନେ ହେଲେ ୧ -ଆଲୋକ ପାତ୍ର,୨-ଜଗବନ୍ଧୁ ମହାନ୍ତ, ୩ -ତାରିଣୀ ପ୍ରସାଦ ମହାନ୍ତି ସୁପର ଭାଇଜର ଓ ୪- ମାନସ ରାଉତ ମିଳିତ ଭାବେ ଶିଲୁ ପ୍ରଧାନ ଙ୍କୁ କାରଖାନା ଭିତରେ ଅତି ନିର୍ମମ ଭାବେ ହତ୍ୟା କରି ମାଟି ତଳେ ପୋତି ଦେଇଥିଲେ ୪ ଅଭିଯୁକ୍ତ। ଏବଂ ଏହି ମୃତ୍ୟୁ ଘଟଣା କୁ ନେଇ କାରଖାନା ପରିସରକୁ ସାନ୍ଟିପିକ ଟିମ୍ ଗଲା ପରେ ଗଣମାଧ୍ୟମ ଯିବାକୁ ସୀଧା ମନା କରିଦେଲେ ସିକୁରିଟି ଅଧିକାରୀ ଧର୍ମେନ୍ଦ୍ର ସାମଲ। କୌଣସି ଗଣମାଧ୍ୟମ ପ୍ରତିନିଧି ଙ୍କୁ ସେଠାକୁ ଯିବାକୁ ଦେଇ ନ ଥିଲେ l କାହିଁକି ନା ଗଣମାଧ୍ୟମ ପ୍ରତିନିଧି ସେଠାକୁ ଗଲେ ସେମାନଙ୍କ ସତ ଖବର ପଦାରେ ପଡ଼ିଯିବ l ଏହି ମୃତ୍ୟୁ ଘଟଣା କୁ ନେଇ ସୁପର ଭାଇଜର ତାରିଣୀ ପ୍ରସାଦ ମହାନ୍ତି କଥା ତାଳ ମେଳ ନ ଖାଉଥିବା ରୁ ଗଣମାଧ୍ୟମ ତନାଘନା କରି ପଚାରିବାରୁ ସୁପର ଭାଇଜର କହିଥିଲେ ମିସିନି ରୁ ଗଳି ପଡ଼ିଛି। ହେଲେ ମୃତ୍ୟୁ ଶିଲୁ ପ୍ରଧାନ ଙ୍କୁ ଏହି ୪ ଅଭିଯୁକ୍ତ ମାନେ ମାରିକି ପୋତି ଦେଇଥିଲେ। ସେଥିପାଇଁ ଗଣମାଧ୍ୟମ କୁ କାରଖାନା ପରିସର କୁ ଛାଡି ନଥିଲେ।ଋହି ହତ୍ୟା କରିଥିବା ଅଭିଯୁକ୍ତ ମାନଙ୍କୁ କଳିଙ୍ଗନଗର ପୋଲିସ ଗିରଫ କରିଛି।ଏହି ହତ୍ୟା ଘଟଣା କୁ ନେଇ ମୃତ୍ୟ ଶିଲୁ ପ୍ରଧାନ ଭାଉଣୀ ଓ ବାପା କହିଲେ ୪ ଜଣ ଯୁବକ ମାରିକି ବେକରେ ଦଉଡି ବାନ୍ଦି ଗାତରେ ପୋତିଦେଲେ। ଏଥିପାଇଁ ପରିବାର ଲୋକଙ୍କ ଦାବୀ ଏହି ଦୋଷୀଙ୍କୁ ଫାଶୀ ଦଣ୍ଡ ପାଇଁ ସରକାରଙ୍କୁ ଦାବି ହେଉଛି। ନିଳାଚଳ କମ୍ଫାନୀ ମଣିଷ ମରା କମ୍ଫାନୀ ଗୁଣ୍ଡାଗର୍ଦୀ ଦଲାଲ୍ କମ୍ପାନୀ। କାରଖାନା ପରିସରରେ ଏତେ ବଡ ଘଟଣାକୁ ଚାପି ରଖିଥିଲେ ମୃତ୍ୟୁକଙ୍କ ପରିବାର କୁ ମୃତ୍ୟୁ ଶବ ଦେଉ ନଥିଲେ। ଏହି ମୃତ୍ୟୁ ପାଇଁ ନିଳାଚଳ କମ୍ଫାନୀ ନିଳାଚଳ ସୁରକ୍ଷା ଦାୟୀ ବୋଲି କହିଛନ୍ତି ପରିବାର ଲୋକ l


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *