ଗଡ଼ ଭିତର ଦୁର୍ଗା ମନ୍ଦିରରୁ ଚୋରୀ

ଗଡ଼ ଭିତର ଦୁର୍ଗା ମନ୍ଦିରରୁ ଚୋରୀ

Share with people

ସୋନପୁର ସହରର ଗଡ ଭିତର ଦୁର୍ଗା ମନ୍ଦିରରୁ ଚୋରୀ । ଗତ ରାତିରେ ସୋନପୁର ସହର ଗଡ ଭିତରେ ଥିବା ଦୁର୍ଗା ମନ୍ଦିରର ତାଲା କାଟି ଦୁର୍ବୁତ ଚୋରୀ କରିନେଇଛନ୍ତି । ମନ୍ଦିର ତାଲା କାଟିବା ସହ ମନ୍ଦିର ଭିତରେ ଥିବା ହୁଣ୍ଡି ଏବଂ ମାଙ୍କ ମୁକୁଟ ଚୋରୀ ହୋଇଥିବା ଜଣାପଡିଛି । ଆଜି ଭୋରରୁ ପୂଜକ ପୂଜାପାଇଁ ଆସିବା ପରେ ମନ୍ଦିରରୁ ଚୋରୀ ହୋଇଥିବାନେଇ ଜାଣିପାରିଥିଲେ । ସେନେଇ କମିଟୀ କର୍ମକର୍ତା ଓ ପୋଲିସକୁ ଖବର ଦେବାପରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ପୁର୍ବରୁ ମଧ୍ୟ ଦୁଇଥର ଏହି ମନ୍ଦିରରୁ ଚୋରୀ ହୋଇଥିବା ପୂଜକ କହିଛନ୍ତି ।ତେବେ ଘଟଣା ସ୍ତଳରେ ସଂଧ୍ୟାନୀ କୁକୁର ଓ ସଂଇଣ୍ଟିଫିକ ଟିମ ସାହାଯ୍ୟରେ ଅନୁସନ୍ଧାନ ଯାରି ରଖିଥିବା ସୂଚନା ମିଳିଛି ।


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *