ଗଞ୍ଜେଇ ଚୋରା ଚାଲାଣର ମାଷ୍ଟର ମାଇଣ୍ଡ ଭାବେ ଜଣେ ବିଟେକ ଛାତ୍ର ଦୈତାରୀ ଖେମୁଣ୍ଡୁ (27) କୁ କୋରାପୁଟ ରେଳବାଇ ପୋଲିସ ଗିରଫ କରିଛି। ସେ ପିତେଇ ଗ୍ରାମର ବାସିନ୍ଦା ହୋଇ ଗଞ୍ଜେଇ ଚୋରା ଚାଲାଣରେ ଦୀର୍ଘଦିନ ଧରି ସମ୍ପୃକ୍ତ ଥିଲେ। ସେ ଷ୍ଟେସନ ନିକଟସ୍ଥ ସୁନାପୁର ଠାରେ ରହି ଟ୍ରେନ ଯୋଗେ ବାହାର ରାଜ୍ୟକୁ ଗଞ୍ଜେଇ ପଠାଉଥିଲା। ଏହି ଘଟଣା ସମ୍ପର୍କିତ ତାର ଦୁଇ ସହଯୋଗୀ ପୂର୍ବରୁ ଜେଲ ରେ ରହିଛନ୍ତି। ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ରେଳବାଇ ଥାନା ଅଧିକାରୀ ସନ୍ତୋଷୀ ମହାନ୍ତ ଜଣାଇଛନ୍ତି |

