ଅଣ୍ଡାରେ କଳାକୃତି କରି ଚର୍ଚ୍ଚା ରେ ସୁନ୍ଦରଗଡ଼ ଜିଲ୍ଲା କୁଆରମୁଣ୍ଡା ର ରାଜେଶ ; ଖୋଦେଇ କରି ଅଙ୍କୁଛନ୍ତି ଅବିକଳ ଚିତ୍ର
ଖୋଦେଇ କରି ଅଙ୍କୁଛନ୍ତି ଅବିକଳ ଚିତ୍ର
ଅଣ୍ଡାରେ ଚିତ୍ର କରି ବର୍ତ୍ତମାନ ଚର୍ଚ୍ଚାରେ ସୁନ୍ଦରଗଡ଼ ଜିଲ୍ଲାର ରାଜେଶ। ବ୍ରଶ ବା ରଙ୍ଗରେ ନୁହେ ଖୋଦେଇ ଦ୍ୱାରା ଅଣ୍ଡାରେ ଚିତ୍ର ତିଆରି କରି ବର୍ତ୍ତମାନ ସବୁଠାରେ ଚର୍ଚ୍ଚାର ପାତ୍ର ପାଲଟିଛନ୍ତି ରାଜେଶ ଖାଲକୋ। ଅଣ୍ଡାରେ ଚିତ୍ର ଏବଂ କଳାକୃତି କହିଲେ ଆଶ୍ଚର୍ଯ୍ୟ ଲାଗେ। ହଁ ଆଜ୍ଞା ଆପଣ ଠିକ ଶୁଣିଛନ୍ତି ଅଣ୍ଡା ରେ ବିଭିନ୍ନ ମହା ପୁରୁଷ ସହ ଖେଳାଳି ଏବଂ ରାଜନୀତିଜ୍ଞ ଙ୍କ ଫୋଟ ଚିତ୍ର କୁ ସମ୍ପୂର୍ଣ୍ଣ ଭବରେ ଅସଲି ରୂପ ଦେଉଛନ୍ତି ରାଜେଶ। କୁଆରମୁଣ୍ଡା ବ୍ଲକ ନିବାସୀ ରାଜେଶ ଖାଲକୋ ଏମୁ ଅଣ୍ଡାରେ ଖୋଦେଇ କରି ଚିତ୍ର ଅଙ୍କୁଛନ୍ତି। ଦେଖନ୍ତୁ ଏହି ଚିତ୍ର କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅବିକଳ ଚିତ୍ର କୁ ଅଣ୍ଡାରେ ଆକାର ଦେଇଛନ୍ତି ରାଜେଶ। ଗୋଟିଏ କିମ୍ବା ଦୁଇଟା ନୁହେ ବହୁ ସଂଖ୍ୟାରେ ଅଣ୍ଡା ଗୁଡିକ ରେ ସେ କରୁଛନ୍ତି ଚିତ୍ର କାରିତ ଏବଂ ଦେଖାଉଛନ୍ତି ନିଜର ପ୍ରତିଭା। ଛୋଟ ବେଳରୁ ଚିତ୍ର ତିଆରି କରିବା ର ଇଛା ଶକ୍ତି ଏବଂ କିଛି ଭିନ୍ନ କରିବାର ପ୍ରୟାସ ରେ ସେ ଏମୁ ଅଣ୍ଡାରେ ବିଭିନ୍ନ ଚିତ୍ର କରନ୍ତି।ବର୍ତ୍ତମାନ ସୁଭାଷ ଚନ୍ଦ୍ର ବୋଷ, ଯୀଶୁ ଖ୍ରୀଷ୍ଟ ଏବଂ ମଦର ଟେରେସା ସହ ମହେନ୍ଦ୍ର ସିଂ ଧୋନୀ ଏବଂ ନରେନ୍ଦ୍ର ମୋଦୀ ,ଅବଦୁଲ କଲାମ ସହ ଦିଲ୍ଲୀପ ତିର୍କୀ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଚିତ୍ର କୁ ଏମୁ ଅଣ୍ଡାରେ ଖୋଦେଇ କରି ଅବିକଳ ଚିତ୍ର କରୁଛନ୍ତି। ଯାହା ବର୍ତ୍ତମାନ ସମ୍ପୂର୍ଣ୍ଣ ସୁନ୍ଦରଗଡ଼ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।
