ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ସମ୍ପର୍କୀୟ ଖୁଡିକୁ ଦୁଷ୍କର୍ମ ଅଭିଯୋଗରେ ଜଣେ ହୋମ ଗାର୍ଡ ପୁତୁରା ଗିରଫ ହୋଇଛନ୍ତି । ଗିରଫ ହୋମଗାର୍ଡ ଜଣଙ୍କ କାମାକ୍ଷାନଗର ଥାନା ବାଲିଗୋରଡ଼ ଗାଁର ଅରବିନ୍ଦ ମଲ୍ଲିକ । ଅରବିନ୍ଦ ନିଜ ସମ୍ପର୍କୀୟ ଖୁଡିକୁ ଏକାକୀ ପାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଯାହାକୁ ନେଇ ପୀଡିତା ଖୁଡି ଜଣଙ୍କ କାମାକ୍ଷାନଗର ଥାନାରେ ଦ୍ୱାରସ୍ତ ହୋଇଥିଲେ । ତେବେ ଅଭିଯୋଗକୁ ଆଧାର କରି ପୋଲିସ ଅଭିଯୁକ୍ତ ହୋମ ଗାର୍ଡ ପୁତୁରାକୁ ବାନ୍ଧି କୋର୍ଟ ଚାଲାଣ କରିଛି । ଏପରିକି ପୀଡିତାଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦିଆଯାଉଥିବା ସେ ପ୍ରକାଶ କରିଛନ୍ତି। ଯାହାକୁ ନେଇ କାମାକ୍ଷାନଗର ପୋଲିସ ଅଧିକ ତଦନ୍ତ ଆରମ୍ଭ କରି ଦେଇଛି ।

Posted inଓଡ଼ିଶା
