ଖାଉଟିଙ୍କୁ ପୁଷ୍ଟିକର ଖାଦ୍ୟ ମାଣ୍ଡିଆ ବାଣ୍ଟିଲେ ସରପଞ୍ଚ

ଖାଉଟିଙ୍କୁ ପୁଷ୍ଟିକର ଖାଦ୍ୟ ମାଣ୍ଡିଆ ବାଣ୍ଟିଲେ ସରପଞ୍ଚ

Share with people

ନୂଆଗାଁ ବ୍ଲକ ମାଇଛେଳି ପଞ୍ଚାୟତ ଅଫିସ ଠାରେ ଥିବା ଖାଉଟି କେନ୍ଦ୍ରରେ ରାଶନ କାଡଧାରିଙ୍କୁ ପଞ୍ଚାୟତର ସରପଞ୍ଚ ସ୍ୱାଗତିକା ପ୍ରିୟଦର୍ଶିନୀ ପ୍ରଧାନ ବଣ୍ଟନ କଲେ ପୁଷ୍ଟିକର ଖାଦ୍ୟ ମାଣ୍ଡିଆ। ନୟାଗଡ ଜିଲ୍ଲାରେ ପ୍ରତି ରାଶନ କାଡ ପିଛା ୨କିଲେI ମାଣ୍ଡିଆ ଦେବାପାଇଁ ଅଡର ଥିବାବେଳେ ପର୍ଯ୍ୟାପ୍ତ ମାଣ୍ଡିଆ ଖାଉଟି କେନ୍ଦ୍ର ମାନଙ୍କୁ ଆସିନାହିଁ।ପାୟ ୬୩% ମାଣ୍ଡିଆ ଆସିଅଛି। ଜାହା ଫଳରେ ଲୋକମାନଙ୍କ ମଧ୍ୟରେ ନାହଁ ନଥିବା ଭିଡ ପରିଲକ୍ଷିତ ହେଇଛି।ବଳକା ମାଣ୍ଡିଆ କଣ ପାଇଁ ଆସିନାହିଁ ଏ ବିଷୟରେ ବ୍ଲକ ଖାଦ୍ୟାଯୋଗାଣ ଅଧିକାରୀଙ୍କୁ ପଚାରି ବୁଝିବାରୁ ସେ କହିଛନ୍ତି ଅବଶିଷ୍ଟ ୩୭% ମାଣ୍ଡିଆ ଆଣିବା ପାଇଁ ସରକାରଙ୍କୁ ଅବଗତ କରାଇ ଅଛୁ ମହଜୁତ ମାଣ୍ଡିଆ ୧୦ ଦିନ ମଧ୍ୟରେ ଆଶି ପହଞ୍ଚିବ ଓ ପହଞ୍ଚିଲା ପରେ ବଣ୍ଟନ କରାଯିବ। ଖବର ଅନୁସାରେ ମାଇଛେଳି ପଞ୍ଚାୟତ ରେ ଖାଉଟିଙ୍କୁ ଗତକାଲି ୨କିଜି ମାଣ୍ଡିଆ ଦିଆଯାଇଛି।

(ନୟାଗଡ଼ ଜିଲ୍ଲାରୁ ମାନସ ରଞ୍ଜନ ତ୍ରିପାଠୀଙ୍କ ରିପୋର୍ଟ)


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *