ଚକୋଲେଟ୍ କେବଳ ସ୍ୱାଦିଷ୍ଟ ନୁହେଁ;ଏହାକୁ ଖାଇବା ଦ୍ୱାରା ହୃଦୟ ସ୍ୱାସ୍ଥ୍ୟଠୁ ଆରମ୍ଭ କରି ବ୍ଲଡ୍ ସୁଗାର ନିୟନ୍ତ୍ରଣରେ ରହିଥାଏ। ଏଥିସହ ଆଉ କି କି ଫାଇଦା ମିଳିଥାଏ, ଜାଣନ୍ତୁ…
କେଉଁ ଚକଲେଟ ଖାଇବା କେତେ ଭଲ ?
ଚକୋଲେଟରୁ ଆଣ୍ଟିଅକ୍ସିଡାଣ୍ଟ, ଫ୍ଲେଭୋନୋଏଡସ, ଆଇରନ୍ ଏବଂ ମ୍ୟାଗ୍ନେସିୟମ୍ ପରି ଉପକାରୀ ପଷୋକ ତତ୍ତ୍ୱ ମିଳିଥାଏ।ସବୁଠୁ ବଡ଼ କଥା ହେଉଛି କି, କେଉଁ ଚକୋଲେଟ୍ ସ୍ୱାସ୍ଥ୍ୟ ପାଇଁ ଉପକାରୀ। ବଜାରରୁ ମିଲ୍କ ଚକୋଲେଟଠୁ ଆରମ୍ଭ କରି ଡାର୍କ ଏବଂ ହ୍ୱାଇଟ୍ ଚକୋଲେଟ୍ ମିଳିଥାଏ। ଏଥିମଧ୍ୟରୁ ଡାର୍କ ଚକୋଲେଟକୁ ସ୍ୱାସ୍ଥ୍ୟ ଉପକାରୀ ଭାବେ ବିବେଚନା କରାଯାଏ। କାରଣ ଏଥିରେ 70% କୋକୋ ଥାଏ। ତେବେ ଆସନ୍ତୁ ଜାଣିବା ଡାର୍କ ଚକୋଲେଟ୍ ଖାଇବାର ଉପକାରିତା ବିଷୟରେ I
*ମସ୍ତିଷ୍କ କାର୍ଯ୍ୟକୁ ବୃଦ୍ଧି କରେ- ଏଥିରେ କ୍ୟାଫେନ୍ ଏବଂ ଥିଓବ୍ରୋମାଇନ୍ ପରି ପୁଷ୍ଟିକର ଖାଦ୍ୟ ମିଳିଥାଏ, ଯାହା ମାନସିକ ସ୍ୱାସ୍ଥ୍ୟକୁ ଏକାଗ୍ର କରିବା ଏବଂ ଉନ୍ନତି କରିବାରେ ସହାୟକ ହୋଇଥାଏ।

*ମନୋବଳକୁ ଉନ୍ନତ କରିଥାଏ- ସେରୋଟୋନିନ୍ ଏବଂ ଏଣ୍ଡୋରଫିନକୁ ପ୍ରୋତ୍ସାହିତ କରୁଥିବା ଉପାଦାନଗୁଡିକ ଚକୋଲେଟରୁ ମିଳିଥାଏ, ଯାହା ଚାପକୁ ହ୍ରାସ କରିବାରେ ଏବଂ ମନୋବଳକୁ ଦୃଢ କରିବାରେ ସାହାଯ୍ୟ କରିଥାଏ।

*କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣ କରେ- ଡାର୍କ ଚକୋଲେଟ୍ LDL (ଖରାପ) କୋଲେଷ୍ଟ୍ରଲ୍କୁ ହ୍ରାସ କରିପାରେ ଏବଂ HDL (ଭଲ) କୋଲେଷ୍ଟ୍ରଲ୍ ବୃଦ୍ଧି କରିପାରେ ।

*ଏନର୍ଜି ବୁଷ୍ଟର ଭାବେ କାମ କରେ ଚକୋଲେଟ୍- ଚକୋଲେଟରେ ଫ୍ୟାଟ୍, ସୁଗାର ଏବଂ କଫିନ୍ ଥାଏ, ଯାହା ତତକ୍ଷଣାତ୍ ଏନର୍ଜି ଯୋଗାଇଥଏ ।

*ହୃଦୟ ସ୍ୱାସ୍ଥ୍ୟରେ ଉନ୍ନତି ଆଣେ- ଡାର୍କ ଚକୋଲେଟ ନିୟମିତ ଖାଇବା ଦ୍ୱାରା ରକ୍ତଚାପ ଏବଂ ହୃଦରୋଗ ହେବାର ଆଶଙ୍କା କମିଥାଏ।

*କୋଷକୁ ରକ୍ଷାକରେ- ଫ୍ଲାଭୋନାଇଡ ଏବଂ ପଲିଫେନୋଲ ଚକୋଲେଟରୁ ମିଳିଥାଏ, ଯାହା ଫ୍ରି ରେଡିକାଲକୁ ନଷ୍ଟ କରିଥାଏ ଏବଂ କୋଷଗୁଡ଼ିକୁ କ୍ଷତିରୁ ରକ୍ଷା କରିଥାଏ।

*ବ୍ଲଡ ସୁଗାରକୁ ନିୟନ୍ତ୍ରଣ କରିଥାଏ- ଡାର୍କ ଚକୋଲେଟରେ ଥିବା ଫ୍ଲେଭୋନୋଏଡ ରକ୍ତରେ ଶର୍କରା ସ୍ତରକୁ ସ୍ଥିର ରଖେ।

*ଚର୍ମ ପାଇଁ ଲାଭଦାୟକ- ଚକୋଲେଟରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ମିନେରାଲ୍ସ ଥାଏ, ଯାହା ଚର୍ମର ଆର୍ଦ୍ରତା ବଜାୟ ରଖେ ଏବଂ ଏହାକୁ ସୂର୍ଯ୍ୟଙ୍କ ଅଲ୍ଟ୍ରାଭାୟୋଲେଟ ରେଡିଏସନ (ଅତିବାଇଗଣୀ ରଶ୍ମୀ)ରୁ ରକ୍ଷା କରିଥାଏ।
