ମହାରାଷ୍ଟ୍ର ପୁଣେରେ ଏକ ଘରୋଇ ହେଲିକପ୍ଟର କ୍ରାଶ ହୋଇଛି I ଏଥିରେ ୩ ଜଣ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ୨ ଜଣ ପାଇଲଟ ଅଛନ୍ତି ।
ଭୟଙ୍କର ହେଲିକପ୍ଟରଦୁର୍ଘଟଣା:
ମହାରାଷ୍ଟ୍ରର ପୁଣେରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ବାବଧନ ବୁଦ୍ରୁକ ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଛି।ଏନେଇ ଗ୍ରାମବାସୀ ହିଞ୍ଜେୱାଡି ପୋଲିସ କଣ୍ଟ୍ରୋଲ୍ ରୁମ୍କୁ ସୂଚନା ଦେଇଥିଲେ । କକ୍ଷକୁ ସୂଚନା ଦେଇଥିଲେ। ପୋଲିସ ଏବଂ ଡାକ୍ତରୀ ଦଳ ପଠାଯାଇଛି।
କୁହାଯାଉଛି ଯେ ଅକ୍ସଫୋର୍ଡ ଗଲ୍ଫ କ୍ଲବର ହେଲିପ୍ୟାଡରୁ ଉଡାଣ ଭରିଥିବା ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ସକାଳ ୭.୦୦ ରୁ ୭.୧୦ ମଧ୍ୟରେ ଏହି ଘଟଣା ଘଟିଛି । ଏହି ଅଞ୍ଚଳରେ ଘନ କୁହୁଡ଼ି ହେତୁ ଦୁର୍ଘଟଣାର ସମ୍ଭାବନା ଅଛି । ତେବେ ଦୁର୍ଘଟଣାର ସଠିକ୍ ବିବରଣୀ ପାଇବାକୁ ଅନୁସନ୍ଧାନ ଚାଲିଛି। ଜରୁରୀକାଳୀନ ସେବା ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚାଲିଛି। ହିଞ୍ଜେୱାଡି ପୋଲିସ ଷ୍ଟେସନ ଏବଂ ବିମାନ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି।
