ପଥରରେ ଛେଚି ହତ୍ୟା କରିଥିଲେ ,ଧରିଲା ପୋଲିସ

ପଥରରେ ଛେଚି ହତ୍ୟା କରିଥିଲେ ,ଧରିଲା ପୋଲିସ

Share with people

କୋରାପୁଟରେ ଘଟିଥିବା ନିର୍ମମ ହତ୍ୟାକାଣ୍ଡରେ ତିନି ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

କୋରାପୁଟ ପୋଲିସକୁ ମିଳିଲା ସଫଳତା

କୋରାପୁଟରେ ଘଟିଥିବା ନିର୍ମମ ହତ୍ୟାକାଣ୍ଡରେ ତିନି ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ ।୩୦ ବର୍ଷୀୟ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରିବା ପରେ, ଦେହକୁ ଜଙ୍ଗଳରେ ଫିଙ୍ଗିଦେଲେ ଅଭିଯୁକ୍ତମାନେ।ମିଳିଥିବା ସୂଚନା ଅନୁଯାୟୀ , କୋରାପୁଟ ସଦର ଥାନା ଅଧୀନସ୍ଥ ପାଣସପୁଟ ଛକ ନିକଟରରେ । ଅନ୍ତେଶ୍ୱର ମାଳିଙ୍କୁ ହତ୍ୟା ଘଟଣାରେ ରାହୁଲ ବେନ୍ୟା ,ସୁରଜ ଟାକ୍ରି ଓ ଅନ୍ୟ ନାବାଳକ ଗିରଫ ହୋଇଛନ୍ତି |

ପୋଲିସ ତଦନ୍ତରେ ଜଣାପଡ଼ିଛି —ଡୁମୁରିପୁଟରେ ଟିଫିନ୍‌ ଦୋକାନରେ କାମ କରୁଥିବା ରାହୁଲ ବେନ୍ୟା ଙ୍କ ସହ,ମୃତକଙ୍କ ପୂର୍ବରୁ ବିବାଦ ଥିଲା।୩୦ ଅଗଷ୍ଟରେ, ରାହୁଲ ବେନ୍ୟା ସହ ସୁରଜ ଟାକ୍ରି ଓ ଅନ୍ୟ ନାବାଳକ,ମିଶି ସଡ଼ଯନ୍ତ୍ର କରିଥିଲେ ଏବଂ ତିନିଜଣ ବାଇକ୍‌ରେ ପିଛା କରି, ପାଣସପୁଟ ଚକ୍‌ରେ ଅଟକାଇ,ତାକୁ ପଥର ରେ ଆକ୍ରମଣ କରିଥିଲେ ଯାହାଦ୍ୱାରା ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।ପରେ ଅଭଯୁକ୍ତ ମାନେ ମୃତଦେହକୁ ନିକଟସ୍ଥ ଜଙ୍ଗଳରେ ଫିଙ୍ଗିଦେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ l
ଏହି ଘଟଣା ରେ ପୋଲିସ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚଲାଣ କରିବେ ଓ ଅନ୍ୟ ଜଣ ନାବାଳକ କୁ ବାଳ ସୁଧାର ଗୃହ କୁ ପାଠଯିବ l


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *