କୋରାପୁଟରେ ଲଗାଣ ବର୍ଷା,ଅସ୍ଥାୟୀ ପୋଲ ଉପରେ ପାଣି, ଯାତାୟାତ ବନ୍ଦ ||

କୋରାପୁଟରେ ଲଗାଣ ବର୍ଷା,ଅସ୍ଥାୟୀ ପୋଲ ଉପରେ ପାଣି, ଯାତାୟାତ ବନ୍ଦ ||

Share with people

କୋରାପୁଟ ଜିଲ୍ଲାରେ ଲଗାଣ ବର୍ଷାରେ ଜଳସ୍ତର ବୃଦ୍ଧି ପାଇଥିବାରୁ ଗୁରୁତର ପରିସ୍ଥିତି ସୃଷ୍ଟି ହୋଇଛି। କୋରାପୁଟ–ରାୟଗଡ଼ାକୁ ସଂଯୋଗ କରୁଥିବା 326 ନମ୍ବର ଜାତୀୟ ରାଜପଥର ବଙ୍ଗଳାଗୁଡା ନିକଟରେ ଅସ୍ଥାୟୀ ପୋଲ ଉପରେ ପ୍ରାୟ 30 ଫୁଟ ପାଣି ପ୍ରବାହିତ ହେବାରୁ ଗାଡ଼ି ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଉଭୟ ପାର୍ଶ୍ୱରେ ଅନେକ ଗାଡ଼ି ଅଟକିଥିବା ଦେଖାଯାଇଛି |

ଏହିପରି, ଗାଦିଆଗୁଡା ନିକଟରେ ବାଲିଘାଟ ଗ୍ରାମ ସହିତ ସଂଯୋଗ କରୁଥିବା ବ୍ରିଜ ପାଣିରେ ଭାସିଯାଇ ସମ୍ପୂର୍ଣ୍ଣ ଧ୍ୱସ୍ତ ହୋଇଥିବା ଖବର ମିଳିଛି। ତଥା, ମାରୀୟା ଚର୍ଚ୍ଚକୁ ଯାଉଥିବା ପଥରେ ଥିବା ପୋଲ ଭାଙ୍ଗିଯାଇଥିବାରୁ ଅନେକ ଲୋକ ଜଳବନ୍ଦୀ ହୋଇ ପଡ଼ିଛନ୍ତି |


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *