କୋଟିଏ ଟଙ୍କାର ଗଂଜେଇ ଜବତ

କୋଟିଏ ଟଙ୍କାର ଗଂଜେଇ ଜବତ

Share with people

ଏକର କି ଦୁଇ ଏକର ନୁହେଁ.. ୧୦ ଏକର ଜମିରେ ହୋଇଥିଲା ଗଞ୍ଜେଇ ଚାଷ… କୋଟିଏ ଟଙ୍କାର ଗଞ୍ଜେଇ ଜବତ କଲା ଅବକାରୀ ବିଭାଗ..ହଁ ଆଜ୍ଞା ଆମେ କହୁଛୁ ଗଞ୍ଜାମ ଜିଲ୍ଲା ବଡଗଡ ଥାନା ଅର୍ନ୍ତଗତ ସାବା ପଞ୍ଚାୟତରେ ଥିବା ଖାରିପଲ୍ଲି ଗାଁ ର କଥା…ଏଠାରେ ୧୦ ଏକର ଜମିରେ ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିଲା … ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷ ଶୁଭେନ୍ଦୁ ପାତ୍ର ଙ୍କ ନିର୍ଦ୍ଦେଶ କ୍ରମେ ଆସିକା SDPO ଗିରିଜା ଶଙ୍କର ପଟ୍ଟନାୟକ ଙ୍କ ତତ୍ବାବଧାନରେ ବଡଗଡ ଥାନା ଅଧିକାରୀ ସନ୍ତୋଷ କୁମାର ବେହେରା ଆସିକା ଥାନା ଅଧିକାରୀ, ବେଲଗାଁ ଥାନା ଅଧିକାରୀ,ଶେରଗଡ଼ ଥାନା ଅଧିକାରୀ ସହ ଦୁଇ ପ୍ଲାଟୁନ ପୋଲିସ ଓ ଅବକାରୀ ବିଭାଗ ମିଳିତ ଏକ ଟିମ୍ ଗଠନ କରାଯାଇ ଚଢାଉ କରିଥିଲେ..ଏଥିରେ 10 ଏକର ଜମିରେ ଲାଗିଥିବା ଗଞ୍ଜେଇ ଗଛ କାଟି ସଫା କରାଯାଇଛି ଯାହାର ଆନୁମାନିକ ମୂଲ୍ୟ ଏକ କୋଟି ଟଙ୍କା ହେବ ବୋଲି କହିଛନ୍ତି ଆସିକା SDPO ଗିରିଜା ଶଙ୍କର ପଟ୍ଟନାୟକ ।

[ ରିପୋର୍ଟ- ଅଜିତ କୁମାର ପଟନାୟକ ]


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *