ସୁନ୍ଦରଗଡ ଜିଲା ହେମଗିର ବ୍ଲକ ସ୍ଥିତ ଜାମକାନୀ ଠାରେ ଏବେ ଭୟବିତ ଅବସ୍ଥାରେ ଜୀବନ କାଳାତିପାତ କରୁଛନ୍ତି ଗ୍ରାମବାସି । ମିଳିଥିବା ସୂଚନା ଅନୁସାରେ, ଜାମକାନୀ ଗ୍ରାମକୁ ଲାଗି ପ୍ରାୟ ୫୦ମିଟର ଦୂରତାରେ ଅବସ୍ଥିତ ବେଦାନ୍ତ କମ୍ପାନୀର କୋଇଲାଖଣି । ଯେଉଁଥିରେକି ପ୍ରତେକ ଦିନ ଖଣି ତରଫରୁ ବ୍ଲାଷ୍ଟିଙ୍ଗ କରାଯାଉ ଥିବା ବେଳେ ନିକଟରେ ଥିବା ଘର ଗୁଡ଼ିକର କାନ୍ଥରେ ଫାଟ ସୃଷ୍ଟି ହେବା ସହିତ ଘରଗୁଡ଼ିକ ଭାଙ୍ଗିରୁଜି ଯାଉଛି । ଯାହାକୁ ନେଇ ଲୋକଙ୍କ ମନରେ ଉଦବେଗ ପ୍ରକାଶ ପକାଶ ପାଉଛି। ଲୋକେ ଘରରେ ମଧ୍ଯ ସୁରକ୍ଷିତ ଭାବରେ ରହି ପାରୁନଥିବା ଲୋକେ ଭୟବିତ ଅବସ୍ଥାରେ ରହିଛନ୍ତି । ଲୋକଙ୍କୁ ଉପଯୁକ୍ତ କ୍ଷତିପୁରଣ ସହିତ ଲୋକଙ୍କ ପାଇ ଯଥାଶୀଘ୍ର ଘର ନିର୍ମାଣ କରି ଥଇଥାନ କରିବା ପାଇ ଦାବି ହେଉଛି ।
