ଲୋକଙ୍କ ସମସ୍ୟା ବୁଝିଲେ ବିଧାୟକ

ଲୋକଙ୍କ ସମସ୍ୟା ବୁଝିଲେ ବିଧାୟକ

Share with people

ମଙ୍ଗଳବାର ଅପରାହ୍ନରେ ରାୟଗଡା ବିଧାୟକ ଶ୍ରୀ ଆପଲସ୍ୱାମୀ କାଡ୍ରାକା ବ୍ଲକର କେରେଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସାନ ପେଡାମ ଗ୍ରାମ କୁ ଯାଇ ଲୋକଙ୍କ ସମସ୍ୟା ବୁଝିଥିଲେ। ପ୍ରଥମେ ଗ୍ରାମବାସୀ ବିଧାୟକ ଙ୍କୁ ସ୍ୱାଗତ କରିଥିଲେ। ପରେ ଗ୍ରାମବାସୀଙ୍କ ସହ ଏକ ବୈଠକରେ ଭାଗ ନେଇଥିଲେ ବିଧାୟକ। ଗ୍ରାମର ବିଭିନ୍ନ ସମସ୍ୟା ନେଇ ଗ୍ରାମବାସୀ ବିଧାୟକଙ୍କ ସହ ଆଲୋଚନା କରିଥିଲେ। ମୁଖ୍ୟତଃ ଗ୍ରାମରେ ଥିବା ପାଣିଟାଙ୍କି କାର୍ଯ୍ୟକ୍ଷମ ସହ ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା। ଖୁବ ଶୀଘ୍ର ପର୍ଯ୍ୟାୟ କ୍ରମେ ସମସ୍ୟା ସମାଧାନ ନେଇ ବିଧାୟକ ଗ୍ରାମବାସୀଙ୍କୁ ପ୍ରତିଶୃତି ଦେଇଥିଲେ। କାର୍ଯ୍ୟକ୍ରମରେ ସ୍ଥାନୀୟ କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ଥିଲେ ।

(ରାୟଗଡ଼ାରୁ ପ୍ରଫୁଲ୍ଲ କୁମାର ବେହେରାଙ୍କ ରିପୋର୍ଟ)


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *