ବର୍ଷା ପାଣିରେ ଭାସିଲା ପୁଳା ପୁଳା ଟଙ୍କା ,ହନ୍ତସନ୍ତ ପୋଷ୍ଟ ଅଫିସ କର୍ମଚାରୀ
ପୋଷ୍ଟ ଅଫିସ ଭିତରେ ଢେଉ ଭାଙ୍ଗୁଛି ପାଣି
ବର୍ଷା ପାଣିରେ ଉବୁଡ଼ୁବୁ ବାଲେଶ୍ବର। ଏବେବି ନୂଆସାହି ରାସ୍ତା ରେ ୧ ଫୁଟ ଉପରେ ପାଣି ପ୍ରଭାବିତ ହେଉଛି। ତଳିଆ ଅଞ୍ଚଳରେ ଲୋକଙ୍କ ଘରେ ପାଣି ପଶି ଯାଇଥିବା ବେଳେ ଏବେ ଧୀରେ ଧୀରେ ତାହା ନିଷ୍କାସିତ ହେଉଛି। କିନ୍ତୁ ଦୁର୍ଦ୍ଦଶା କମି ନାହିଁ। ସେହିପରି ନୂଆସାହି ଉପ ଡାକଘର ମଧ୍ୟରେ ଗତ କାଲି ୩ ଫୁଟ ରୁ ଅଧିକ ପାଣି ପଶି ଯାଇଥିଲା। ଫଳରେ ଡାକଘର ରେ ଥିବା ବହୁ ଗୁରୁତ୍ୱପୁର୍ଣ୍ଣ ଦସ୍ତାବିଜ୍ ପାଣିରେ ଓଦା ହୋଇ ନଷ୍ଟ ହୋଇଯାଇଛି। ସେହିପରି ବଡ଼ କଥା ହେଉଛି ପୋଷ୍ଟ ଅଫିସରେ ଗଛିତ ଥିବା ଲୋକଙ୍କ ଟଙ୍କା ମଧ୍ୟ ପାଣିରେ ଭିଜି ଯାଇଛି। ଫଳରେ ଆଜି ପାଣି କମିବା ପରେ ପୋଷ୍ଟ ଅଫିସ ଭିତରେ ଓଦା ଟଙ୍କା ଓ ଦସ୍ତାବିଜ୍ ଗୁଡ଼ିକୁ ଶୁଖାଇ ଯାଇ ପୁଣି ବ୍ୟବହାର ପାଇଁ ପ୍ରସ୍ତୁତ କରାଯାଇଛି। ମିଳିଥିବା ସୂଚନା ଅନୁସାରେ ପୋଷ୍ଟ ଅଫିସ ମଧରେ ପ୍ରାୟ ୧ ଲକ୍ଷ ୮ ହଜାର ଟଙ୍କା ଗଛିତ ଥିଲା। ସେଥି ମଧ୍ୟରୁ ୧ ଲକ୍ଷ ଟଙ୍କା ଜନୈକ ଜମାକାରୀ ନେଇ ଥିବା ବେଳେ ବାକି ଟଙ୍କା ପୋଷ୍ଟ ଅଫିସ ସାରା ମେଲାଇ ଶିଖାଇବା ଦୃଶ୍ୟ ଦେଖିବାକୁ ମିଳିଥିଲା। ସେପଟେ ତ୍ରୁଟି ପୂର୍ଣ୍ଣ ଡ୍ରାଇନଗେ ବ୍ୟବସ୍ଥା ପାଇଁ ଗତକାଲି ବାଲେଶ୍ବର ର ତେଲେଙ୍ଗାସାହି, ଭାସ୍କରଗଞ୍ଜ,ନୂଆସାହି, ଓଟି ରୋଡ ଭଳି ବିଭିନ୍ନ ସ୍ଥାନରେ ଲୋକେ ଜଳବନ୍ଦୀ ହୋଇଥିଲା।


