ଭୁବନ ଥାନା ଅଞ୍ଚଳ ରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ବାଲିବୋ ଗ୍ରାମର ମଝି ସାହିରେ । ଗ୍ରାମରେ ଥିବା ଗୋଟିଏ କୂଅରେ ଭାସୁଛି ମହିଳାଙ୍କ ମୃତ ଶରୀର।ସୂଚନାରୁ ଜଣାପଡିଛି ମୃତ ମହିଳା ମଝିସାହି ବାସିନ୍ଦା ବାସନ୍ତି ରାଉତ, ବୟସ ୪୦ ବର୍ଷ । ଗତକାଲି ସକାଳ ସମୟରେ ସାହି ବାସିନ୍ଦା କୂଅରୁ ପାଣି ନେବା ପାଇଁ ଆସିବା ସମୟରେ ମହିଳାଙ୍କ ଶରୀର ଭାସଥିବାର ଦେଖିବାକୁ ପାଇଥିଲେ । ତେବେ ସୂଚନାରୁ ଜଣାପଡିଛି ଗ୍ରାମର ଦୁଃଖବନ୍ଧୁ ରାଉତଙ୍କ ବୟସ ପ୍ରାୟ (୫୦)ଙ୍କର ପ୍ରଥମ ସ୍ତ୍ରୀ ମୃତ୍ୟୁ ହୋଇଯିବା ପରେ ବାସନ୍ଧୀଙ୍କୁ ଦ୍ବିତୀୟ ବିବାହ କରିଥିଲେ। ସ୍ବାମୀଙ୍କ କହିବା ଅନୁସାରେ ଭୋର ୪(ଚାରି) ଟା ସମୟରେ ନିଦରୁ ଉଠିବା ସମୟରେ ସ୍ତ୍ରୀଙ୍କୁ ଘରେ ଦେଖୁବାକୁ ପାଇନଥିଲେ। ଅନ୍ୟପଟରେ ମୃତ ମହିଳାଙ୍କ ଭାଇ ଏବଂ ଭାଉଜ ଅଭିଯୋଗ କରିଛନ୍ତି ତାର ଭଉଣୀକୁ ମାରିଦେଇ କୂଅରେ ପିଙ୍ଗି ଦେଇଛନ୍ତି । ତେବେ ଖବର ପାଇ ଭୁବନ ଦମକଳ ବାହିନୀ ପହଞ୍ଚି କୂଅରୁ ମୃତ ମହିଳାଙ୍କ ଶରୀର ଉଦ୍ଧାର କରିଥିଲେ । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣା ସ୍ଥଳରେ ଭୁବନ ଥାନାଧିକାରୀ ତଦନ୍ତ କରିଥିଲେ । ଘଟଣା ରେ ପହଞ୍ଚି ଫରେନ୍ସିକ୍ ଡିପାର୍ଟମେଣ୍ଟ ତଦନ୍ତ କରିଥିଲେ। ସ୍ବାମୀ ଦୁଃଖବନ୍ଧୁ ଙ୍କୁ ଗିରଫ କରିଥିଲେ । ଜାମିନ ନାମଞ୍ଜୁର ହେବାରୁ କାମାକ୍ଷା ଜେଲ କୁ ପଠାଇ ଦିଆଯାଇଛି । ତେବେ କୁଅ ରେ ମହିଳା ଙ୍କ ଚପଲ ଭାସୁଥିଲା ଏବଂ ଏକ ତଉଲିଆ ମଧ୍ୟ ଭାସୁଥିଲା। ତେବେ ବାସନ୍ତୀ ମରିଛନ୍ତି ନା ତାଙ୍କୁ ଘୋଷାରି କୁଅ ରେ ପକାଯାଇଛି ସନ୍ଦେହ କରାଯାଓଛି । ଶବ ଜବତ ପରେ ଦୁଖବନ୍ଧୁ ଙ୍କ ସାହି ପତିଶା ଶବ ଦାହ ପାଇଁ ରାଜି ହୋଇନଥିଲେ । ଶବ ବ୍ୟବଚ୍ଛେଦ ପରେ ତୃପ୍ତି ପାଠାଗାର ପକ୍ଷରୁ ପୂର୍ଣ୍ଣ ଚନ୍ଦ୍ର ସାହୁ ଓକିଲ କମଳ ବରାଳ ଙ୍କ ସହଯୋଗ ରେ ବାଳିବୋ ଗ୍ରାମ ଶ୍ମଶାନ ରେ ବାସନ୍ତୀ ବାପ ଘର ଓ ବାଳିବୋ ଗ୍ରାମ ର ମୂରବୀ ସାହିବାସିନ୍ଦା ଶବ ଦାହ କରିଥିଲେ ।
