ଦନ୍ତା ହାତୀ ଖେଳିଲା ଫୁଟବଲ

ଦନ୍ତା ହାତୀ ଖେଳିଲା ଫୁଟବଲ

Share with people

ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ଅନ୍ତର୍ଗତ ନଳଗଜା ପଞ୍ଚାୟତ ର କୁଳିପାଳ ଗାଁ ରେ ହାତୀ ଆତଙ୍କ ଦେଖିବାରେ ମିଳିଛି I ଏକ ବିରାଟ ଶିମିଳିପାଳ ଦନ୍ତାହାତୀ କୁଳିପାଳ ଛକ ହୋଇ ନଳାଗଜା ମୁଖ୍ୟରାସ୍ତା ଦେଇ ଗାଁ କୁ ପ୍ରବେଶ କରିଛି I ରାସଗୋବିନ୍ଦପୁର ବନାଞ୍ଚଳ ଅଧିକାରୀ ଘନଶ୍ୟାମ ସିଂ ଙ୍କ ସୂଚନା ମୁତାବକ ବର୍ତ୍ତମାନ କୁଳିପାଳ ଜଙ୍ଗଲ ନଅ ଟିକିଆ ହାତୀପଲ ରହିଥିବା ବେଳେ ଉକ୍ତ ଦନ୍ତା ହାତୀ ଟି ଗୋଠରୁ ବାହାରି ଖାଦ୍ୟ ଅନ୍ୱେଷଣ ରେ ଗାଁ କୁ ପ୍ରବେଶ କରିଥିବା ବେଳେ କାହାର କୌଣସି କ୍ଷୟକ୍ଷତି ଘଟାଇନାହିଁ . ତେବେ ଅପରାହ୍ନ ସମୟରେ କୁଳିପାଳ ଠାରେ ପିଲାମାନେ ଫୁଟବଲ ଖେଳୁଥିବା ବେଳେ ହଠାତ୍ ପଡିଆ ଭିତରକୁ ଜଙ୍ଗଲୀ ଦନ୍ତା ହାତୀ ପଶି ଫୁଟବଲ କୁ ଶୁଣ୍ଢରେ ଧରି ଖେଳିବାକୁ ଲାଗିଲା . କିଛି ସମୟ ଖେଳିବା ପରେ ଦନ୍ତା ହାତୀ ଟି ପଳାଇଥିଲା .ତେବେ ଖବର ଲେଖାହେବା ସୁଦ୍ଧା ଦିନ ତମାମ ହାତୀଟି ସେହି ଅଞ୍ଚଳରେ ଘୁରିବୁଲି ବର୍ତ୍ତମାନ ସାରୁମୁଳା ଜଙ୍ଗଲ କୁ ପ୍ରବେଶ କରିଛି, ହାତୀକୁ ଦେଖିବା ପାଇଁ ପ୍ରବଳ ଲୋକଙ୍କ ଭିଡ଼ ଜମିଛି I

[ ରିପୋର୍ଟ-ଜ୍ଞାନ ରଞ୍ଜନ ବେହେରା ]


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *