ଭରତକୁ କ୍ରିକେଟ ପାଗଳ ଦେଶ କୁହାଯାଏ | ନିଜ ପସନ୍ଦର ଖେଳାଳିଙ୍କ ଝଲକ୍ ଟିକେ ପାଇବା ପାଇଁ କ୍ରିକେଟ୍ ଫ୍ୟାନ୍ସ ଅନେକ କିଛି ଭିନ୍ନ କରିଥିବା ଶୁଣିଥିବେ ଏବଂ ଦେଖିଥିବେ | ସେହି ପରି ଗୋଟିଏ ଦୃଶ୍ୟ ଦେଖିବାକୁ ମିଳିଛି ବାଲାଂଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ |ଜଣେ 15ବର୍ଷୀୟ କିଶୋର କୋହଲିଙ୍କ ପାଇଁ ସାଇକେଲରେ ୭ ଘଣ୍ଟାରେ ୫୮ କିଲୋମିଟର ଯାତ୍ରା କରି ଷ୍ଟାଡିୟମରେ ପହଞ୍ଚିଥିଲେ |
କୋହଲିଙ୍କ ପାଇଁ ପାଗଳ ! ୭ ଘଣ୍ଟାରେ ୫୮ କିଲୋମିଟର ! ସେ ପୁଣି ଜଣେ ନାବାଳକ
ନିଜ ପସନ୍ଦର ଖେଳାଳିଙ୍କ ଝଲକ୍ ଟିକେ ପାଇବା ପାଇଁ କ୍ରିକେଟ୍ ଫ୍ୟାନ୍ସ ଅନେକ କିଛି ଭିନ୍ନ କରିଥିବା ଶୁଣିଥିବେ ଏବଂ ଦେଖିଥିବେ । ସେଥିରୁ ପୁଣି ବିରାଟ କୋହଲିଙ୍କ ଫ୍ୟାନ୍ସ ତାଙ୍କୁ ଭେଟିବା ପାଇଁ କିଛି ବି କରିବାକୁ ପଛାନ୍ତି ନାହିଁ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବାଲାଂଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ |
ଜଣେ 15ବର୍ଷୀୟ କିଶୋର କୋହଲିଙ୍କ ପାଇଁ ସାଇକେଲରେ ୭ ଘଣ୍ଟାରେ ୫୮ କିଲୋମିଟର ଯାତ୍ରା କରି ଷ୍ଟାଡିୟମରେ ପହଞ୍ଚିଥିଲେ |
ତେବେ ଭରତକୁ କ୍ରିକେଟ ପାଗଳ ଦେଶ କୁହାଯାଏ | ତେବେ ମାତ୍ର ଟିକିଏ ଝଲକ ପାଇବା ପାଇଁ ସେ ସାଇକେଲରେ 58 କିଲୋମିଟର ଯାତ୍ରା କରି ଷ୍ଟାଡିୟମରେ ପହଞ୍ଚିଥିଲେ ଶୁଣିକି ଆଶ୍ଚର୍ଯ୍ୟ ଲାଗିଥିଲେ ବି ଏହା ସତ, ଜଣେ ଫ୍ୟାନ୍ସ ଉନ୍ନାଓରୁ କାନପୁର ପର୍ଯ୍ୟନ୍ତ ଆସିବାକୁ ତାଙ୍କୁ ପ୍ରାୟ ସାତ ଘଣ୍ଟା ସମୟ ଲାଗିଥିଲା ।
ଭୋର୍ ୪ ଟାରେ ସେ ନିଜ ଘରୁ ବାହାରି ଥିବା ବେଳେ ସେହି ଅନ୍ଧାରରେ ସେ ସାଇକେଲ ଚଳାଇ ଚଲାଇ ଆସି ଶେଷରେ ଦିନ ୧୧ ଟା ବେଳେ କାନପୁର ସ୍ଥିତ ଗ୍ରୀନ୍ ପାର୍କ ଷ୍ଟାଡିୟମରେ ପହଞ୍ଚିଥିଲେ । ମ୍ୟାଚ୍ ବିଷୟରେ କହିବାକୁ ଗଲେ ପ୍ରଥମ ଦିନର ଖେଳ ଖରାପ ଆଲୋକ ଯୋଗୁଁ ଜଲଦି ବନ୍ଦ ହୋଇଯାଇଥିଲା ।
ଖରାପ ଆଲୁଅ ଓ ପରେ ପ୍ରବଳ ବର୍ଷା ହେତୁ ମ୍ୟାଚ୍ ଶୀଘ୍ର ବନ୍ଦ ହେବା ପୂର୍ବରୁ ବାଂଲାଦେଶ ୧୦୭-୩ ରନ୍ ସ୍କୋର୍ କରିଥିଲା । ଦୁଇ ମ୍ୟାଚ୍ ବିଶିଷ୍ଟ ସିରିଜକୁ ୧-୦ ରେ ଆଗୁଆ କରିନେଇଛି ଭାରତ । ତେବେ ଟସ୍ ଜିତି ଭାରତ ପ୍ରଥମେ ବୋଲିଂ କରିବାକୁ ପସନ୍ଦ କରିଥିଲା । ଦ୍ରୁତ ବୋଲର ଆକାଶ ଦୀପ ପ୍ରଥମ ଘଣ୍ଟାରେ ଦୁଇଟି ପ୍ରାରମ୍ଭିକ ସଫଳତା ସହ ବାଂଲାଦେଶକୁ ପଛକୁ ଠେଲି ଦେଇଥିଲେ |