କାଲି ଥିଲେ ଶିକ୍ଷକ ହେଲେ ଆଜି ସେ OAS ଅଫିସର I OPSC ପରିକ୍ଷା ଦେଇ ଆଜି OAS ଅଫିସର ହେଲେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ତେଣ୍ଡା ପଦର ଗ୍ରାମରେ ରହୁଥିବା ସନ୍ତୋଷ ନାଗ I ଅତି ଗରୀବ ପରିବାରରୁ ଜନ୍ମଗ୍ରହଣ କରିଥିଲେ ଶୁଦ୍ଧା ତାଙ୍କ ପରିଶ୍ରମି ବଳରେ ଆଜି ସେ ନିଜର ଲକ୍ଷ ସ୍ଥଳରେ ପହଞ୍ଚିବାରେ ସଫଲ ହୋଇଅଛନ୍ତି I ତାଙ୍କ ବାପା ଶ୍ରୀଯୁକ୍ତ ନିରନ୍ତ ନାଗ ଜଣେ କଳାକାର ଭାବରେ ପରିଚିତ I ସେ ତାଙ୍କ କଳା ମାଧ୍ୟମରେ ଜଣେ ଢ଼ୋଲ ବଜାଳି କିନ୍ତୁ ଆଜି ପୁଅ OAS ପାଇବା ପରେ ଗର୍ବରେ ତାଙ୍କ ପରିବାର ଲୋକେ ତାଙ୍କ ମା ଲକ୍ଷ୍ମୀ ନାଗ , ସ୍ତ୍ରୀ ପ୍ରତିମା ନାଗ ବହୁତ ଖୁସି ବ୍ୟକ୍ତ କରିଥିଲେ I ଗ୍ରାମରେ ଜଣେ OAS ହେବା ଖୁସିରେ ଗ୍ରାମ ପଞ୍ଚାୟତର ସରପଞ୍ଚ ଦନାର୍ଦନ ସାହୁ ସମେତ ଗ୍ରାମର ସମସ୍ତେ ମିଶି ବ୍ୟାଣ୍ଡ ବାଜାରେ ସନ୍ତୋଷ ନାଗକୁ ଭବ୍ୟ ସ୍ଵାଗତ କରିଥିଲେ I ବ୍ୟାଣ୍ଡ ବାଜାରେ ଦୁଲୁକି ପଡ଼ିଥିଲା ତେଣ୍ଡା ପଦର ଗାଁ ଦାଣ୍ଡ I
