ନିରାମିଷ ପାଳୁଥିଲେ କେଉଁ ଖାଦ୍ୟରୁ ପାଇବେ ଶକ୍ତି

ନିରାମିଷ ପାଳୁଥିଲେ କେଉଁ ଖାଦ୍ୟରୁ ପାଇବେ ଶକ୍ତି

Share with people

ଶାକାହାରୀମାନେ ସେମାନଙ୍କର ସ୍ୱାସ୍ଥ୍ୟ ବୃଦ୍ଧି ପାଇଁ ଭିଟାମିନ୍ B12 ଥିବା ଖାଦ୍ୟ ଖାଇପାରିବେ। ଏହି ଭିଟାମିନ୍‌ର ବଡ ଉତ୍ସ ଥିବା କେତେକ ଖାଦ୍ୟ ବିଷୟରେ ଆସନ୍ତୁ ଜାଣିବା।

କାର୍ତ୍ତିକ ମାସରେ ଶାକାହାରୀ ବ୍ୟକ୍ତି କିପରି ପାଇବେ ଭିଟାମିନ୍ B12; ଏହିସବୁ ଖାଦ୍ୟ ଦେବ ଲାଭ

ଲୋକମାନଙ୍କ ପାଖରେ ଯେତେବେଳେ ଭିଟାମିନ୍ B12 ର ଅଭାବ ପଡେ, ଏଥିପାଇଁ ସେମାନେ ସପ୍ଲିମେଣ୍ଟ ନିଅନ୍ତି। ଭିଟାମିନ୍ B12 ଡିଏନ୍ଏ ସିନ୍ଥେସିସ୍ ଏବଂ ଲାଲ ରକ୍ତ କଣିକା ତିଆରି କରିବା ସହିତ ଏହାର ଅନେକ ଶାରୀରିକ କାର୍ଯ୍ୟ ଅଛି। ଭିଟାମିନ୍ B12 ସାଧାରଣତଃ ପଶୁଜାତୀୟ ଖାଦ୍ୟରୁ ଅଧିକ ମିଳିଥାଏ। ତେବେ ଏହା ଶାକାହାରୀମାନଙ୍କ ପାଇଁ ଏକ ଚ୍ୟାଲେଞ୍ଜ୍‌ ସୃଷ୍ଟି କରିପାରେ I ତଥାପି, ଏମିତି ଅନେକ ଶାକାହାରୀ ଖାଦ୍ୟ ଅଛି ଯାହା ଭିଟାମିନ୍ B12 ର ଅଭାବକୁ ପୂରଣ କରିପାରିବ। ଶାକାହାରୀମାନେ ସେମାନଙ୍କର ସ୍ୱାସ୍ଥ୍ୟ ବୃଦ୍ଧି ପାଇଁ ଭିଟାମିନ୍ B12 ଥିବା ଖାଦ୍ୟ ଖାଇପାରିବେ। ଏହି ଭିଟାମିନ୍‌ର ବଡ ଉତ୍ସ ଥିବା କେତେକ ଖାଦ୍ୟ ବିଷୟରେ ଆସନ୍ତୁ ଜାଣିବା।

  • ପୁରା ଶସ୍ୟ, ଉଦ୍ଭିଦ ତେଲ ଇତ୍ୟାଦି ଖାଦ୍ୟ ଶାକାହାରୀମାନଙ୍କ ପାଇଁ ଭିଟାମିନ୍ B12 ର ଏକ ଉତ୍କୃଷ୍ଟ ଉତ୍ସ। ଉଦ୍ଭିଦ ଭିତ୍ତିକ ଦୁଗ୍ଧ, କେତେକେ ଶସ୍ୟ ପରି ଅନେକ ଖାଦ୍ୟ ଭିଟାମିନ୍ B12 ରେ ଭରପୂର। ଏହି ଖାଦ୍ୟ ଶାକାହାରୀମାନଙ୍କ ପାଇଁ ଭିଟାମିନ୍ B12 ର ଏକ ସୁବିଧାଜନକ ଏବଂ ନିର୍ଭରଯୋଗ୍ୟ ଉତ୍ସ ପ୍ରଦାନ କରିପାରିବ।
  • ଶାକାହାରୀମାନଙ୍କ ପାଇଁ ଭିଟାମିନ୍ B12 ର ସମ୍ଭାବ୍ୟ ଉତ୍ସ ଭାବରେ ଫର୍ମିଟେଡ୍ ଫୁଡ୍(ଆଚାର ଜାତୀୟ) ମଧ୍ୟ ପରାମର୍ଶ ଦିଆଯାଏ। ଅବଶ୍ୟ, ଫର୍ମିଟେଡ୍ ଫୁଡ୍ ଭିଟାମିନ୍ B12 ର ପରିମାଣ ଭିନ୍ନ ହୋଇଥାଏ ଏବଂ ଅନେକ କାରଣ ଉପରେ ନିର୍ଭର କରିପାରେ।
  • ଶାକାହାରୀ ଖାଦ୍ୟରେ ପର୍ଯ୍ୟାପ୍ତ ପରିମାଣର ଭିଟାମିନ୍ B12 ପାଇବା ପାଇଁ ସହଜ ଉପାୟ ହେଉଛି ଦୁଗ୍ଧଜାତ ଦ୍ରବ୍ୟ ଖାଇବା। ଖାଦ୍ୟରେ କ୍ଷୀର, ଦହୀ ଏବଂ ଅନ୍ୟାନ୍ୟ ଜିନିଷ ସାମିଲ କରନ୍ତୁ।
  • ବିଟ୍ସରେ ଆଇରନ୍, ଫାଇବର, ପୋଟାସିୟମ୍ ଏବଂ ଭିଟାମିନ୍ B12 ଭରପୂର ମିଳେ। ବିଟ୍ସ ନିୟମିତ ଖାଇବା ଦ୍ୱାରା ଚୁଟି ବଢିବାରେ ସାହାଯ୍ୟ କରେ, ଚର୍ମକୁ ଚମକାଇଥାଏ, ରକ୍ତ ସଞ୍ଚାଳନ ଏବଂ ସହନଶୀଳତା ବଢେ ।

Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *