କାର୍ବନ କମ୍ପାନୀରେ ଅଗ୍ନିକାଣ୍ଡ

କାର୍ବନ କମ୍ପାନୀରେ ଅଗ୍ନିକାଣ୍ଡ

Share with people

ଅନୁଗୋଳ ଟାଉନ ଥାନା ଅନ୍ତର୍ଗତ ଶିଳ୍ପାଞ୍ଚଳରେ ଥିବା ଅମ୍ରିତେଶ ଇଣ୍ଡଷ୍ଟ୍ରିଜ (କାର୍ବନ କମ୍ପାନୀ)ରେ ଘଟିଛି ଅଗ୍ନିକାଣ୍ଡ। କ୍ଷଣିକ ମଧ୍ୟରେ ସାରା ଅଞ୍ଚଳ ହେଲା ଧୂଆଁମୟ। ତେବେ ଅଗ୍ନିକାଣ୍ଡ ଘଟିଥିବା ଖବରପାଇ ଅନୁଗୋଳ ଅଗ୍ନିଶମ ବିଭାଗର ଗୋଟିଏ ଗାଡ଼ି ସହ କର୍ମଚାରୀ ନେଇ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ ହେଲେ ନିଆଁ କୁ ଆୟତ କରି ପାରିନଥିଲେ । ପରେ ଆଉ ଏକ ଗାଡି ସହ ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏପଟେ କମ୍ପାନୀର ଫରନେସ୍ ରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ସେଠାରେ ଥିବା ଇନ୍ଧନରେ ନିଆଁ ଲାଗିଯାଇଥିଲା। କିନ୍ତୁ ନିଆଁ ଲାଗିବାର କାରଣ ଓ କ୍ଷୟକ୍ଷତି ସମ୍ପର୍କରେ କୌଣସି ତଥ୍ୟ ମିଳିପାରି ନାହିଁ ।


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *