କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜଙ୍ଗଲୀ ହାତୀ ଉପଦ୍ରବ ବୃଦ୍ଧି ପାଉଥିବାବେଳେ ଆଜି ପୁଣି ଏକ ହାତୀ ଖାଲରେ ପଡ଼ି ସମସ୍ୟା ବଢ଼ାଇଛି I
ମାଟି ଖୋଳି ହାତୀକୁ ଉଦ୍ଧIର ପାଇଁ ବନ ବିଭାଗ ତତ୍ପର :
କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜଙ୍ଗଲୀ ହାତୀ ଉପଦ୍ରବ ବୃଦ୍ଧି ପାଉଥିବାବେଳେ, ହାତୀ ମଣିଷ ଲଢେଇରେ କେତେବେଳେ ହାତୀ ଜୀବନ ହରୁଛି ତ କେତେବେଳେ ମଣିଷ. ଏହାକୁ ନେଇ ଅଞ୍ଚଳବାସୀ ଙ୍କ ମଧ୍ୟରେ ଅସନ୍ତୋଷ ର ବାତାବରଣ ଦେଖାଦେଇଛି, ଜଙ୍ଗଲୀ ହାତୀ ପାଲ ଯୋଗୁଁ ଅନେକ କ୍ଷ୍ୟୟକ୍ଷତି ଘଟୁଛି, ଆଜି ପୁଣି ଏକ ହାତୀ ଖାଲରେ ପଡି ବାହାରିବାକୁ ଚେଷ୍ଟା କରୁଛି ହେଲେ ବାହାରି ପାରୁନାହିଁ I

ମିଳିଥିବା ସୂଚନା ଅନୁଯାୟୀ କେସିଙ୍ଗା ରେଞ୍ଜ ଅନ୍ତର୍ଗତ ପରେଲସିଙ୍ଗାରୁ ସଅଁରାପଦର ରାସ୍ତାରେ ଏକ ହାତୀ ଚଳପ୍ରଚଳ କରୁଥିବାବେଳେ ଏକ ଖାଲରେ ପଡି ଯାଇଛି ଓ ଖଳରୁ ବାହାରି ପାରୁନାହିଁ I ତେଣୁ ବନ ବିଭାଗ ଘଟଣାସ୍ଥ କୁ ଯାଇ ହାତୀ କୁ ଖାଲରୁ ବାହାର କରିବାପାଇଁ ଚେଷ୍ଟା ଜାରି ରଖୁଥିବା ବେଳେ କେସିଙ୍ଗା ବନ ବିଭାଗ ର ଅଧିକାରୀ ଓ ଅଗ୍ନି ସମ ଅଧିକାରୀ ମଧ୍ୟ ଉପସ୍ଥିତ ରହିଥିଲେ I
