କଲେଜ ଛାତ୍ରୀକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥବା ଥାନାରେ ଅଭିଯୋଗ || ବଳାସର NEWS

କଲେଜ ଛାତ୍ରୀକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥବା ଥାନାରେ ଅଭିଯୋଗ || ବଳାସର NEWS

Share with people

ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ଅଧୀନ ଜଣେ ୧୭ ବର୍ଷୟା କଲେଜ ପଢୁଆ ନାବାଳିକା ଛାତ୍ରୀ ସହ ଦୁଷ୍କର୍ମ କରାଯାଇ ହତ୍ୟା କରାଯାଇଥିବାର ଭୋଗରାଇ ଥାନାରେ ମୃତା ଛାତ୍ରୀଙ୍କ ଭାଇ ଅଭିଯୋଗ କରିଛନ୍ତି l
ସୂଚନା ମୁତାବକ ମୃତା ଛାତ୍ରୀଙ୍କ ଭାଇ ଭାସ୍କର ମାଝୀ ଏତାଲାରେ ଦର୍ଶାଇଛନ୍ତି ଯେ ଗତ ମଙ୍ଗଳବାର ଦିନ ୧୧ଟା୩୦ ମିନିଟ୍ ସମୟରେ ଭୋଗରାଇ ବ୍ଲକ ଲକ୍ଷ୍ମୀପାଟଣା ଗ୍ରାମର ଯୁବକ ବସନ୍ତ ମାଝୀ ଓରଫ ବାଣ୍ଠୁ ଓ ତାଙ୍କର କିଛି ସହଯୋଗୀ ଘରେ କେହି ନଥିବାର ସୁଯୋଗ ନେଇ ତାଙ୍କ ଭଉଣୀଙ୍କ ସହ ଦୁଷ୍କର୍ମ କରିବା ସହିତ ଜୀବନରୁ ମାରି ଦେଇ ଆତ୍ମହତ୍ୟାର ରୁପ ଦେବା ପାଇଁ ଘର ଭିତରେ ବେକରେ ରସି ଲଗାଇ ଝୁଲାଇ ଦେଇଥିବା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ଅଭିଯୋଗ କ୍ରମେ ଭୋଗରାଇ ଥାନା ଅଧିକାରୀ ଶ୍ରୀବଲ୍ଲଭ ସାହୁଙ୍କ ନେତୃତ୍ୱରେ ଭୋଗରାଇ ପୋଲିସ ଘଟଣା ସ୍ଥଳକୁ ଯାଇ ମୃତା ନାବାଳିକାଙ୍କ ମୃତ ଦେହ ଘରଭିତରୁ ଉଦ୍ଧାର କରି
୧ ୭ ୪/ ୨୫ ରେ ମାମଲା ରୁଜୁ କରିବା ସହିତ ସନ୍ଦେହରେ ଉକ୍ତ ବସନ୍ତ ମାଝୀ ନାମକ ଯୁବକକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛନ୍ତି l ତେବେ ଏ ସମ୍ପର୍କ ରେ ପୋଲିସ ର କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ।


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *