ଶାମାଖୁଣ୍ଟା ବ୍ଳକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ , କଣ୍ଟାପାଳ ପରିସରରେ ବିଦ୍ୟାଳୟସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଅମିତାଭ ମିଶ୍ର ଅନୁଷ୍ଠାନିକ ଭାବେ ବିଜ୍ଞାନମେଳା କୁ ଉଦ୍ଘାଟନ କରିଥିଲେ l ବରିଷ୍ଠ ବିଜ୍ଞାନ ଶିକ୍ଷକ ଆଶିଷ ରଞ୍ଜନ ବାସୁରୀ ଓ ଶିକ୍ଷୟିତ୍ରୀ ଅନିଶା ବେହେରାଙ୍କ ମାର୍ଗଦର୍ଶନରେ ଛାତ୍ରଛାତ୍ରୀମାନେ ବିଭିନ୍ନ ବିଜ୍ଞାନ ପ୍ରକଳ୍ପ ପ୍ରସ୍ତୁତ କରିଥିଲେ । ଶିକ୍ଷକ ମୃତ୍ୟୁଞ୍ଜୟ ପ୍ରଧାନ ଓ ପ୍ରତାପ ଚନ୍ଦ୍ର ଧଡାଙ୍କ ସଂଯୋଜନାରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଜ୍ଞାନ ବକୃତା ଓ ବିଜ୍ଞାନ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଶିକ୍ଷୟିତ୍ରୀ ଦେବସ୍ମିତା ମହାନ୍ତ , ନିବେଦିତା ନାଏକ , ଲକ୍ଷ୍ମୀ କୁମାରୀ , ସୁମିତ୍ରା ତରେଇ , ମିଲି ମହାନ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ | ଅଫିସ୍ ସହକାରୀ ପୁଷ୍ପାଞ୍ଜଳୀ ସେଠୀ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ ସହ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା । ଛାତ୍ର ଶ୍ରୀତମ ସିଂ , ହିତେଶ କୁମାର ସିଂ , ପ୍ରତୀକ ରଞ୍ଜନ ହାବୋଡ଼ା ଓ ଛାତ୍ରୀ ଲକ୍ଷ୍ମୀପ୍ରିୟା ହାବୋଡା ଙ୍କ ପ୍ରକଳ୍ପ ଗୁଡିକ ବିଚାରକ ମଣ୍ଡଳୀ ଦ୍ୱାରା ଶ୍ରେଷ୍ଠ ବିବେଚିତ ହୋଇଥିଲା ।

