ପେଟର ଦାନା ମାରିଲାଣି ବାତ୍ୟା ଦାନା

ପେଟର ଦାନା ମାରିଲାଣି ବାତ୍ୟା ଦାନା

Share with people

ବାତ୍ୟା ଆଶ୍ରୟସ୍ଥଳୀର ଟ୍ୟୁବ୍ ଖୋଳ ପଡ଼ିଛି; ହେଲେ ଆଲୁଅ ଜଳୁନି

କଞ୍ଚା ଧାନକୁ କାଟି ନେଉଛନ୍ତି ଚାଷୀ

ଦାନା ନାମକୁ ଶୁଣିଲେ କେହି ବି ନେଗେଟିଭ ଚିନ୍ତା କରିପାରିବ ନାହିଁ। କିନ୍ତୁ ଏବେ ଚା ଖଟିରୁ ଆରମ୍ଭ କରି ସଚିବାଳୟ ,ସମସ୍ତଙ୍କ ମୁହଁରେ ଏବେ ଗୋଟିଏ କଥା ଦାନା । ଆଉ ମାତ୍ର ୪୮( ଅଡଚାଳିଶ) ଘଣ୍ଟା ମଧ୍ୟରେ ସ୍ଥଳଭାଗ ଛୁଇଁବ ବାତ୍ୟା ଦାନା । ପାଣିପାଗ ସୂଚନାରୁ ଜଣାପଡିଛି ଏହି ବାତ୍ୟା ଓଡ଼ିଶା ର ଭଦ୍ରକ ଜିଲ୍ଲା ଉପକୂଳ ନିକଟରେ ସ୍ଥଳଭାଗ ଛୁଇଁବା ପରେ ଏହାର ବେଗ ରହିବ ପ୍ରାୟ ୧୨୦(ଏକସହ କୋଡ଼ିଏ) କିଲୋମିଟର ପ୍ରତି ଘଣ୍ଟା ।ଏହାକୁ ଶୁଣିବା ପରେ ସତେକି ଚଡ଼କ ପଡ଼ିଯାଇଛି ଚାଷୀ ଏବଂ ଗରିବ ଶ୍ରେଣୀର ଲୋକଙ୍କ ମୁଣ୍ଡରେ । ଧାନ ପାଚିବା ସମୟ ନିକଟତର ହୋଇଯାଇଥିବାରୁ ବାତ୍ୟା ସବୁକିଛି ନଷ୍ଟ କରିଦେଇପାରେ ବୋଲି ଛନକା ପଶି ଯାଇଛି ଚାଷୀ କୂଳରେ ।ଢେ଼ଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ଭୂଷଳ ପଞ୍ଚାୟତର ଅସୁର ବନ୍ଧ ମୌଜାର ଶିଖରପୁର ଗ୍ରାମରେ ଅନେକ ଚାଷୀ ଏବେ କଞ୍ଚା ଧାନକୁ କାଟିନେବାକୁ ବାଧ୍ୟ ହେଉଛନ୍ତି ।ସେହିଭଳି କିଙ୍ଗୋଳ ଗ୍ରାମରେ ଥିବା ବହୁମୁଖି ବନ୍ୟା ବାତ୍ୟା ଆଶ୍ରୟ ସ୍ଥଳର ସ୍ଥିତି ନକହିବା ଭଲ । ବନ୍ୟା ବାତ୍ୟା ଆସିଲେ ଏହି ଆଶ୍ରୟ ସ୍ଥଳ ଉପରେ ପ୍ରାୟ ୫(ପାଞ୍ଚଟି) ଗ୍ରାମର ଲୋକଙ୍କୁ ସାହାରା ଦେବା ପାଇଁ ତିଆରି ହୋଇଥିବା ବେଳେ ଏହି ଘରଟି ଏବେ ସାହାରା ଖୋଜିବା ଆରମ୍ଭ କରିଲାଣୀ। ମୁଣ୍ଡ ଉପରେ ଦାନା ଆସିଯାଇଥିବା ବେଳେ।ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି ଏହି ଆଶ୍ରୟସ୍ଥଳୀ । ଘର ଫାଟି ଆଁ କରିଥିବା ବେଳେ ବିଦ୍ୟୁତ୍ ଏବଂ ଜଳ ସମସ୍ୟା ନକହିବା ଭଲ । ତେବେ ସରକାର ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ଥିବା କହୁଥିବାବେଳେ ଏଭଳି ଚିତ୍ର ନିଶ୍ଚିତ ଭାବରେ ଜନସାଧାରଣଙ୍କ ଜୀବନକୁ ନେଇ ବଡ଼ ପ୍ରଶ୍ନ ସୃଷ୍ଟି କରୁଛି । ଅନେକ ଘରେ କେବଳ ଟ୍ୟୁବ୍ ଲାଇଟ୍ ଖୋଳ ଗୁଡ଼ିଏ ପଡ଼ି ରହିଛି। ହେଲେ ଲାଇଟ୍ ଗୁଡ଼ିକ ଗଲା କୁଆଡେ ସାଧାରଣ ରେ ପ୍ରଶ୍ନ ଉଠିଛି ।


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *