ଓଟିଏସ ଟଙ୍କା ଶିଘ୍ର ପ୍ରଦାନ କରିବା ଦାବିରେ ରାସ୍ତା ରୋକ || SUNDARGARH NEWS

ଓଟିଏସ ଟଙ୍କା ଶିଘ୍ର ପ୍ରଦାନ କରିବା ଦାବିରେ ରାସ୍ତା ରୋକ || SUNDARGARH NEWS

Share with people

ସୁନ୍ଦରଡଗ ଜିଲ୍ଲା ସ୍ଥିତ ଜାମକାନୀ କୋଇଲା ଖଣିରେ ଆଜି ବିସ୍ଥାପିତ ମାନଙ୍କ ତରଫରୁ ଚାକିରି ବାବଦକୁ ଏକ କାଳୀନ ରାଶି (ଓଟିଏସ) ଟଙ୍କା ଶିଘ୍ର ପ୍ରଦାନ କରିବା ଦାବି ନେଇ ଆଜି ରାସ୍ତା ରୋକ କରି କୋଇଲା ପରିବହନକୁ ବନ୍ଦ କରିଥିଲେ । ମିଳିଥିବା ସୂଚନା ଅନୁସାରେ ବିସ୍ଥାପିତ ଲୋକଙ୍କ ଅନେକ ଦିନର ଦାବି ଓଟିଏସ ଟଙ୍କା ସାଢେ ୧୦ ଲକ୍ଷ ଟଙ୍କା ପ୍ରଦାନ କରିବାର ଥିବା ବେଳେ ପ୍ରଶାସନର ନିର୍ଦ୍ଦଶେ ଅନୁସରଣ ନଭେମ୍ବର ମାସରେ ଏହି ଟଙ୍କା ପ୍ରଦାନ କରିବା କଥା କିନ୍ତୁ ଆଜି ପର୍ଯ୍ୟନ୍ତ ଏହି ଟଙ୍କା ମିଳିନଥିବାରୁ ଶିଘ୍ର ପ୍ରଦାନ କରିବା ଦାବି ନେଇ ଆଜି ବିସ୍ଥାପିତ ଲୋକଙ୍କ ପକ୍ଷରୁ ରାସ୍ତା ରୋକ କରି କୋଇଲା ପରିବହନକୁ ସମ୍ପୁର୍ଣ୍ଣରୂପେ ବନ୍ଦ କରିଥିଲେ । ଦିର୍ଘ ସମୟ ପର୍ଯ୍ୟନ୍ତ କୋଇଲା ପରିବହନ ବନ୍ଦ ରହିଥିବା ବେଳେ ପରେ ବେଦାନ୍ତ କମ୍ପାନୀର ସିଦ୍ଧାର୍ଥ ବେହେରା ଓ ମନୋଜ ବେହେରା ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ଆସନ୍ତା ୧୫ତାରିଖ ଠାରୁ ଓଟିଏସ ଟଙ୍କା ପ୍ରଦାନ କରାଯିବାର ପ୍ରତିଶୃତି ମିଳିବା ପରେ ଲୋକେ ରାସ୍ତା ରୋକରୁ ଓହରି ଥିଲେ । ତେବେ ଆସନ୍ତା ୧୫ତାରିଖ ସୁଦ୍ଧା ଓଟିଏସ ଟଙ୍କା ପ୍ରଦାନ କରାନଗଲେ ଆନ୍ଦୋଳନକୁ ତୀବ୍ର କରାଜିବ ବୋଲି ଆନ୍ଦୋଳନ କାରି ମାନେ କହିଛନ୍ତି । ଏହି ଆନ୍ଦୋଳନରେ ସୁରେନ୍ଦ୍ର କିଶାନ, ମନୋଜ ବଢେଇ, ସାଗର ମାଝୀ, ଏକଲବ୍ୟ ଜଗତ, ତପନ ବାରିକ , ବିଜୁ ଭୋଇ, ଅମରିଥ ପାଧନ, ପ୍ରେମନନ୍ଦ ଗୌଡ ଓ ସମସ୍ତ ଗ୍ରାବାସୀ ସାମିଲ ହୋଇଥିଲେ ।


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *