ରାୟଗଡା ଜିଲ୍ଲା କାଶିପୁର ବ୍ଲକ ରେ ଏବେ ଚର୍ଚ୍ଚା ରେ ରହିଛନ୍ତି ଜଣେ ଶିକ୍ଷକ ରବୀନ୍ଦ୍ର କୁମାର ତ୍ରିପାଠୀ ସେ ଯେଉଁ ବିଦ୍ୟାଳୟ କୁ ଯାଆନ୍ତି ତାର ପରିବେଶକୁ ପ୍ରଥମେ ସଜାଡ଼ି ନିଅନ୍ତି। ଓ ଏହା ପରେ ପିଲାଙ୍କ ପାଇଁ ଭବିଷ୍ୟତ ଚିନ୍ତା କରି ନିଜ ହାତରେ ଶିକ୍ଷଣ ସାମଗ୍ରୀ, ତିଆରି କରି ପିଲାଙ୍କୁ ପାଠପଢ଼ା ରେ ନୂଆ ଢାଞ୍ଚା, ନୂଆଶୈଳୀ ପ୍ରୟୋଗ କରି ଥାଆନ୍ତି
ରବୀନ୍ଦ୍ର ତ୍ରିପାଠୀ । ଅନୁସନ୍ଧାନ, ନିରୀକ୍ଷଣ ବ୍ୟକ୍ତି ହିସାବ ରେ ଅନ୍ୟ ଶିକ୍ଷକ, ଶିକ୍ଷୟତ୍ରୀଙ୍କୁ ପ୍ରଶିକ୍ଷଣ ଦେବାରେ ବି ରବୀନ୍ଦ୍ର ତ୍ରିପାଠୀ ମାହିର। ଏହା ସହ ପରିବେଶ ପ୍ରତି ଯେତିକି ତାଙ୍କ ଶ୍ରଦ୍ଧା ଆଉ ଭଲପାଇବା ରହିଛି । ଠିକ୍ ଅନ୍ୟମାନଙ୍କୁ କେବଳ ମଣିଷ ନୁହଁ ପଶୁ ପକ୍ଷୀ ବି ତାଙ୍କ ସେତିକି ଭଲ ପାଉଛନ୍ତି ଯେଉଁ ଆଡେ ଯାଆନ୍ତି ପ୍ରଥମେ ପଶୁ ଓ ପକ୍ଷୀ କୁ ଖୋଜି ଥାଆନ୍ତି ଓ ପଶୁ ପକ୍ଷୀ ପାଖରେ ସୁରକ୍ଷିତ ମନେ କରି ପଛେପଛେ ରେ ମଧ୍ୟ ବୁଲୁଥାନ୍ତି। ଠିକ୍ ସେହିପରି ନିଜ ବିଦ୍ୟାଳୟ ରେ ପିଲାଙ୍କୁ ବିଦ୍ୟାଳୟ ଭିତରକୁ ଚାଲି ଆସେ ସେ ।ଏହି ମୟୂର ଓ ପାଠ ପଢା ସମୟରେ ଏହି ବିଦ୍ୟାଳୟ କୁ ଆସେ ମୟୂର ଟି , ସେ ସବୁବେଳେ ସ୍କୁଲ କୋଠରୀ ଭିତରକୁ ଚାଲି ଆସି ରବୀନ୍ଦ୍ର ଙ୍କୁ ଖୋଜେ । ପ୍ରାର୍ଥନା ରୁ ସ୍କୁଲ ଶେଷ ଘଣ୍ଟି ବାଜିବା ଯାଏଁ ସାଥୀରେ ଥାଏ।
