ଏଣିକି ସରୋଗାସୀ ପାଇଁ ମିଳିବ ୧୫ ଦିନର ପିତୃତ୍ବ ଛୁଟି

ଏଣିକି ସରୋଗାସୀ ପାଇଁ ମିଳିବ ୧୫ ଦିନର ପିତୃତ୍ବ ଛୁଟି

Share with people

ସନ୍ତାନ ଜନ୍ମର ୬ ମାସ ମଧ୍ୟରେ ୧୫ ଦିନ ପିତୃତ୍ବ ଛୁଟି ମିଳିପାରିବ । ସରୋଗେଟ୍ ମା’ ବି ସରକାରୀ କର୍ମଚାରୀ ହୋଇଥିଲେ ସୁବିଧା ପାଇବେ ଆଉ ଯଦି ପୂର୍ବରୁ ୨ଟି ଜୀବିତ ସନ୍ତାନ ଥାଇ ସରୋଗେଟ ମା’ ହୁଅନ୍ତି ତାହେଲେ ୬ ମାସ ମାତୃତ୍ବ ଛୁଟି ମିଳିବ । 

ରାଜ୍ୟ ସରକାର ସରୋଗାସୀ ପିତୃତ୍ବ ଛୁଟି ବ୍ୟବସ୍ଥା କରିଛନ୍ତି । 

ଖୁସି ଖବର ଦେଲେ ରାଜ୍ୟ ସରକାର ଏଣିକି ମିଳିବ ସରୋଗାସୀ ପିତୃତ୍ବ ଛୁଟି। ରାଜ୍ୟ ସରକାର ସରୋଗାସୀ ପିତୃତ୍ବ ଛୁଟି ବ୍ୟବସ୍ଥା କରିଛନ୍ତି। ଏନେଇ ଅର୍ଥ ବିଭାଗ ପକ୍ଷରୁ ସୂଚନା ଜାରି ହୋଇଛି। ପୁରୁଷ ସରକାରୀ କର୍ମଚାରୀଙ୍କୁ ୧୫ ଦିନର ପିତୃତ୍ବ ଛୁଟି ମିଳିବ । 

ଅର୍ଥ ବିଭାଗର ବିଜ୍ଞପ୍ତି ଅନୁସାରେ, ଜଣେ ରାଜ୍ୟ ମହିଳା କର୍ମଚାରୀ ଯଦି ଦୁଇରୁ କମ୍ ଜୀବିତ ସନ୍ତାନ ଥାଇ ‘ସରୋଗେଟ ମା’ ହୁଅନ୍ତି ତା’ହେଲେ ସେ ୧୮୦ଦିନ ମାତୃତ୍ୱ ଛୁଟି ପାଇବାକୁ ଯୋଗ୍ୟ ବିବେଚିତ ହେବେ । ତେବେ ସମ୍ପୃକ୍ତ ମହିଳା କର୍ମଚାରୀଙ୍କୁ ସରୋଗେସି ଅଧିନିୟମ-୨୦୨୧ର ଧାରା ୪(ଖ)ରେ ପ୍ରଦତ୍ତ ସର୍ତ୍ତଗୁଡ଼ିକ ପୂରଣ କରିବାକୁ ପଡ଼ିବା ଦରକାର । 

ସେହିପରି ଯେଉଁ ମହିଳା କର୍ମଚାରୀ ଦୁଇରୁ କମ୍ ଜୀବିତ ସନ୍ତାନ ଥାଇ ‘କମିଶନିଂ ମଦର’ ହେଲେ ସେ ୧୮୦ଦିନର ମାତୃତ୍ୱ ଛୁଟି ପାଇବାକୁ ଯୋଗ୍ୟ ହେବେ । କମିଶନିଂ ମଦର ଅର୍ଥାତ୍ ଜଣେ ଜୈବିକ ମାତା ଯିଏ ଅନ୍ୟଜଣେ ମହିଳାଙ୍କ ଗର୍ଭରେ ଭ୍ରୁଣ ପ୍ରତିରୋପଣ କରିବା ପାଇଁ ନିଜ ଡିମ୍ବାଣୁ ବ୍ୟବହାର କରନ୍ତି ବୋଲି ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *