5 ଵର୍ଷର ନାଵାଳିକାକୁ ଦୁଷ୍କର୍ମ ପରେ ହତ୍ୟା

5 ଵର୍ଷର ନାଵାଳିକାକୁ ଦୁଷ୍କର୍ମ ପରେ ହତ୍ୟା

Share with people

5 ଵର୍ଷର ନାଵାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ହୋଇଛି । ଉଲଗ୍ନ ଅବସ୍ଥାରେ ନାବାଳିକାର ମୃତ ଦେହ ଉଦ୍ଧାର କରାଯାଇଛି । ଵରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଳ ଅନ୍ତର୍ଗତ ସୋଢା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ସୂଚନାମୁତାବକ ଗ୍ରାମର ଉପେନ୍ଦ୍ର ବରିହା ଙ୍କ ଘରେ ଗତ ଦୁଇ ତିନି ଦିନ ହେଵ ବୁକୁରାମୁଣ୍ଡା ଗ୍ରାମ ପଞ୍ଚାୟତ ର ମହୁଳପାଲି ଗ୍ରାମର ପ୍ରଶାନ୍ତ ଵାଗ ବୟସ 30 କୌଣସି କାମ ପାଇଁ ଆସି ରହୁଥିଲେ । ନାବାଳିକା ଝିଅ ଅର୍ଚ୍ଚିତାକୁ ମାଛ ଧରି ଯିବା ଵାହାନା କରି ନିକଟସ୍ଥ ପଠାରି ଡୁଙ୍ଗୁରୀ କୁ ନେଇ ଦୁଷ୍କର୍ମ କରି ତଣ୍ଟି ଚିପି ମୁହଁକୁ ପଥରରେ ଛେଁଚି ହତ୍ୟା କରିଵା ପରେ ଅଭିଯୁକ୍ତ ପ୍ରଶାନ୍ତ ପୁଣି ଉପେନ୍ଦ୍ରଙ୍କ ଘରକୁ ଆସିଥିଲା । ଝିଅକୁ ନପାଇ ଘର ଲୋକେ ଓ ଗ୍ରାମବାସୀ ବହୁତ ଖୋଜାଖୋଜି କଲାପରେ ନ ପାଇଵାରୁ ପ୍ରଶାନ୍ତ ଙ୍କ ହାବଭାବ ଦେଖି ସନ୍ଦେହ କରିଥିଲେ । ପ୍ରଶାନ୍ତକୁ କାବୁକରି ପଚରାଉଚରା କଲାପରେ ସଵୁ ସତ କଥା କହି ଦେଇଥିଲା ଓ ଘଟଣାସ୍ଥଳକୁ ନେଇଯାଇଥିଲା । ଖବରପାଇ ପଦ୍ମପୁର sdpo ବିଭୁତିଭୂଷଣ ଭୋଇ ପାଇକମାଳ ପୋଳିସ ଘଟଣାସ୍ଥଳକୁ ପହଞ୍ଚି ଅଭିଯୁକ୍ତ କୁ ଗିରଫ କରିବା ପରେ ଡଗ୍ ସ୍କୋୟାଡ ,ସାଇଣ୍ଟିଫିକ୍ ଟିମ ପହଞ୍ଚି ହତ୍ୟା ର ତଦନ୍ତ ଆରମ୍ଭ କରିଥିଲା । ମୃତ ନାବାଳିକାର ମୃତ ଶଵକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଵେଳେ ରିପୋର୍ଟ ଆସିଲା ପରେ ହିଁ ଜଣାପଡିବ କଣ ପାଇଁ ଏତେ କଅଁଳ ଶିଶୁକୁ ଏଭଲି ଛଟପଟ କରି ହତ୍ୟା କରିଛି ଅଭିଯୁକ୍ତ । ସେପଟେ ଗାଁରେ ତଥା ପୁରା ଜିଲ୍ଲାରେ କଲଙ୍କର ମୋହର ମାରିଦେଇଛି ଅଭିଯୁକ୍ତ ପିଶାଚ ପ୍ରଶାନ୍ତ ।

[ ରିର୍ପୋଟ- ଅରୁଣ ମେହେର ]


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *