ମହାନଦୀ ମାଇନ୍ସ ଆଣ୍ଡ୍ ମିନେରାଲ୍ସ ପକ୍ଷରୁ ପ୍ରଦାନ କରାଯାଉଥିବା ପ୍ରତିକାରମୂଳକ ପାଠପଢ଼ାରୁ ସୁନ୍ଦରଗଡ଼ର ୪ ଟି ଗାଁର ଛାତ୍ରଛାତ୍ରୀ ଉପକୃତ ହେବେ
ଉପକୃତ ହେବେ ୪ ଟି ଗାଁର ଛାତ୍ରଛାତ୍ରୀ
ସୁନ୍ଦରଗଡ: ଆଦାନି ଏଂଟରପ୍ରାଇଜେସ୍ ଲିମିଟେଡ୍ର ସହଯୋଗୀ ମହାନଦୀ ମାଇନ୍ସ ଆଣ୍ଡ୍ ମିନେରାଲ୍ସ ପ୍ରାଇଭେଟ ଲିମିଟେଡ୍ର କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ (ସିଏସ୍ଆର) ପଦକ୍ଷେପର ଏକ ଅଂଶ ଭାବରେ ୧୫୧ ଜଣ ଛାତ୍ରଛାତ୍ରୀଙ୍କ ଶିକ୍ଷାକୁ ସମର୍ଥନ କରିବା ପାଇଁ ସ୍ଵତନ୍ତ୍ର କୋଚିଂ ଓ ପ୍ରତିକାରମୂଳକ ପାଠପଢ଼ା (ରେମେଡିକାଲ୍ କ୍ଲାସ୍) ଆରମ୍ଭ କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲା ଝାରପାଳମ ସ୍ଥିତ ସରକାରୀ ୟୁଜି ହାଇସ୍କୁଲରେ ନଭେମ୍ବର ୨୬ ତାରିଖରୁ ଏହି ପାଠପଢ଼ା ଆରମ୍ଭ ହୋଇଛି। ଯାହାଫଳରେ ବିଜାହାନ, ଭୋଗ୍ରାଖଛର, ଗିରିସିମା ଓ ଝାରପାଲମ ଗ୍ରାମର ସରକାରୀ ବିଦ୍ୟାଳୟରେ ପଢୁଥିବା ଚତୁର୍ଥ, ପଂଚମ, ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ସହାୟତା କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି।ଚତୁର୍ଥ ଓ ପଂଚମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଆଦର୍ଶ ଓ ନବୋଦୟ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ ସଫଳ ହେବା ପାଇଁ ଆବଶ୍ୟକ ଦକ୍ଷତା ଓ ଜ୍ଞାନ ପ୍ରଦାନ କରିବା ଏହି କାର୍ଯ୍ୟକ୍ରମର ପ୍ରାଥମିକ ଲକ୍ଷ୍ୟ। ପ୍ରତିଯୋଗୀମାନେ ଏହି ପ୍ରବେଶିକା ପରୀକ୍ଷା ପାଇଁ ବିଶେଷ ଭାବରେ ଉପଯୁକ୍ତ ଏବଂ କେନ୍ଦ୍ରୀଭୂତ ପ୍ରଶିକ୍ଷଣ ଅଧୂବେଶନ ମାଧ୍ୟମରେ ପ୍ରସ୍ତୁତ ହେବେ । ଏହି କାର୍ଯ୍ୟକ୍ରମ ସେମାନଙ୍କର ଶିକ୍ଷାଗତ ଦକ୍ଷତା ଏବଂ ଆତ୍ମବିଶ୍ଵାସକୁ ବଢ଼ାଇବା ସହ ଏହା ସୁନିଶ୍ଚିତ କରିବ ଯେ ସେମାନେ ଏହି ଗୁରୁତ୍ଵପୂର୍ଣ ମୂଲ୍ୟାଙ୍କନରେ ଉତ୍କୃଷ୍ଟ ହେବା ପାଇଁ ଭଲ ଭାବରେ ପ୍ରସ୍ତୁତ ଅଛନ୍ତି ।ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ସେମାନଙ୍କ ଭବିଷ୍ୟତ ପାଇଁ ବିଭିନ୍ନ ମାର୍ଗ ଖୋଜିବା ଉଦ୍ଦେଶ୍ୟରେ ବ୍ୟାପକ କ୍ୟାରିୟର କାଉନସେଲିଂ ଦ୍ଵାରା ଉପକୃତ ହେବେ। ଶୈକ୍ଷିକ ଚାପର ମୁକାବିଲା କରିବା ଏବଂ ସେମାନଙ୍କର ସୁସୁତା ବଜାୟ ରଖୁବା ପାଇଁ ସେମାନେ ପ୍ରଭାବଶାଳୀ ଚାପ ପରିଚାଳନା କୌଶଳ ଶିଖିବେ। ଏହାବ୍ୟତୀତ ନିର୍ଦ୍ଦିଷ୍ଟ ବିଷୟରେ ଉପଯୁକ୍ତ ଶୈକ୍ଷିକ ସହାୟତା ପ୍ରଦାନ କରାଯିବ ଯାହା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଅଧ୍ୟୟନରେ ଉତ୍କୃଷ୍ଟ ହେବା ଏବଂ ସାମଗ୍ରିକ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଆବଶ୍ୟକ ମାର୍ଗଦର୍ଶନ ସୁନିଶ୍ଚିତ କରିବ।
ଏହି ପଦକ୍ଷେପ ଗ୍ରାମାଚଂଳର ଛାତ୍ରଛାତ୍ରୀମାନଙ୍କ ପାଇଁ ଶିକ୍ଷା ସୁଯୋଗ ବୃଦ୍ଧି କରିବା ଏବଂ ସେମାନଙ୍କ ଶିକ୍ଷାଗତ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ କମ୍ପାନୀର ପ୍ରତିବଦ୍ଧତାକୁ ଦର୍ଶାଉଛି ।ଏହି ଉନ୍ମୋଚନ ଉତ୍ସବରେ ମହାନଦୀ ମାଇନ୍ସ ଆଣ୍ଡ୍ ମିନେରାଲ୍ସ ପ୍ରାଇଭେଟ ଲିମିଟେଡର ସାଇଟ୍ ମୁଖ୍ୟ ଧର୍ମେନ୍ଦ୍ର ଦୁବେଙ୍କ ସମେତ ଜମି ଓ ଆରଆଣ୍ଡଆର୍ ମୁଖ୍ୟ ଦିଲ୍ଲୀପ ସେବକ ଉପସ୍ଥିତ ଥିଲେ। ସିଏସ୍ଆର୍ଟିମ୍ର ସଦସ୍ୟଙ୍କ ସମେତ ସମ୍ପୃକ୍ତ ବିଦ୍ୟାଳୟର ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ମଧ୍ୟ ଉପସ୍ଥିତ ଥିଲେ।
