ଭଞ୍ଜନଗର ଜେଲ୍ ପଡ଼ିଆରେ ତିନି ଦିନ ଧରି ହେବାକୁ ଥିବା ଉପଖଣ୍ଡ କୃଷି ଯନ୍ତ୍ରପାତି ମେଳା ଦଘାଟିତ ହୋଇଯାଇଛି । ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାହାକୁ ଉଦଘାଟନ କରିଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଥିଲେ ଅନ୍ୟ ରାଜ୍ୟରେ କୃଷି କ୍ଷେତ୍ରରେ ବଳଦ କାମ ଯନ୍ତ୍ର କରୁଛି । କିନ୍ତୁ ଆମ ରାଜ୍ୟରେ ବଳଦ କାମ ମଣିଷ କରୁଛି । ବିଜେଡି ସରକାର କୃଷକ ମାନକ ଉନ୍ନତି ପାଇଁ କରିଥିବା ଯୋଜନା ଗୁଡିକ ପ୍ରକୃତ ଚାଷୀଙ୍କ ପାଖରେ ପହଞ୍ଚି ପାରୁନଥିଲା । ଆଗାମୀ ଦିନରେ ରାଜ୍ୟରେ କୃଷି କ୍ଷେତ୍ରରେ ଉନ୍ନତି ପାଇଁ ଡବଲ ଇଞ୍ଜିନ ସରକାର ବର୍ତ୍ତମାନ କାମ କରୁଛି ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଥିଲେ । ଉପ ଜିଲ୍ଲାପାଳ ଅନୀଲ କୁମାର ସେଠୀ ସଭାରେ ଅଧ୍ୟକ୍ଷତା କରିଥିଲେ ।ସଭାରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ଆସିକା ବିଧାୟକ ସରୋଜ କୁମାର ପାଢ଼ୀ, ସୋରଡା ବିଧାୟକ ନୀଳମଣି ବିଷୋୟୀ, ଭଞ୍ଜନଗର ଏନ୍ ଏ ସି ଅଧକ୍ଷ ଗୋପବନ୍ଧୁ ମହାପାତ୍ର,ଗଞ୍ଜାମ ଜିଲ୍ଲା କୃଷି ଅଧିକାରୀ ରବି ନାରାୟଣ ପଣ୍ଡା, ଭଞ୍ଜନଗର କୃଷି ଜିଲା ଅଧିକାରୀ ବ୍ୟୋମ କେଶ ମିଶ୍ର, ଅଧିକ୍ଷଣ ଯନ୍ତ୍ରୀ ଚୌଧୁରୀ ଦେବବ୍ରତ ଦାସ, ସହକାରୀ କୃଷି ଅଧିକାରୀ ଦିବ୍ୟ ରଞ୍ଜନ ମାଝୀ ପ୍ରମୁଖ ଯୋଗଦେଇ ଉଦବୋଧନ ଦେଇଥିଲେ। ଏହି ଅବସରରେ ୬ ଜଣ ଚାଷୀଙ୍କୁ ରିହାତି ଦରରେ ଟ୍ରାକ୍ଟର ପ୍ରଦାନ କରାଯାଇଥିଲା I
