ଇନଷ୍ଟା ରିଲ୍ ପାଇଁ ସାଇନବୋର୍ଡ ଉପରେ ଚଢ଼ି ୱାର୍କ ଆଉଟ କଲେ ଯୁବକ; ଭାଇରାଲ ହେଉଛି ଭିଡିଓ

ଇନଷ୍ଟା ରିଲ୍ ପାଇଁ ସାଇନବୋର୍ଡ ଉପରେ ଚଢ଼ି ୱାର୍କ ଆଉଟ କଲେ ଯୁବକ; ଭାଇରାଲ ହେଉଛି ଭିଡିଓ

Share with people

ଉତ୍ତରପ୍ରଦେଶର ଆମେଥୀର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।ଯେଉଁ ଭିଡିଓରେ ଜଣେ ଯୁବକ ନିଜ ଜୀବନକୁ ବିପଦରେ ପକାଇ ବିପଜ୍ଜନକ ଷ୍ଟଣ୍ଟ କରୁଥିବା ଦେଖାଯାଉଛି। ସେ 10 ମିଟର ଉଚ୍ଚ ସାଇନବୋର୍ଡରେ ପଲ୍ ଅପ୍ କରୁଥିବା ଦେଖିବାକୁ ମିଳିଛି |

NH ସାଇନବୋର୍ଡ ଉପରେ ଯୁବକଙ୍କ ପୁସଅପ୍ କାରନାମା:

କିଛି ମାନୁନାହାନ୍ତି ଯୁବପିଢ଼ି I କେତେବେଳେ ବାଇକରେ ଷ୍ଟଣ୍ଟ ତ ପୁଣି କେତେବେଳେ ପାହାଡ଼ ଝରଣାରେ ରିଲ I ବର୍ତମାନ ସମୟରେ ଲୋକମାନେ ରିଲ୍ ତିଆରି କରିବା ପାଇଁ କ’ଣ କରୁନାହାଁନ୍ତି? ନିଜ ଜୀବନକୁ ବି ଖାତିର କରୁନାହାନ୍ତି ,ଏପରି କାମ କରୁଛନ୍ତି ଯାହାଦ୍ୱାରା ସେମାନେ ସୋସିଆଲ ମିଡିଆରେ ଭାଇରାଲ ହୋଇପାରେ ଏଥିପାଇଁ ଜୀବନ ଯାଉ ପଛେ ଭୟଙ୍କର ଷ୍ଟଣ୍ଟ କରିବାକୁ ଡରୁନାହାନ୍ତି ଏମାନେ |ସେହିପରି ଉତ୍ତରପ୍ରଦେଶର ଆମେଥୀ ଜିଲ୍ଲାର ଗୋଟିଏ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଜଣେ ଯୁବକ 10 ମିଟର ଉପରେ ଏକ ସାଇନବୋର୍ଡ ଧରି ଟାଣୁଥିବାର ନଜର ଆସିଛନ୍ତି |

ଇଣ୍ଡିଆନ୍ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ , ଏହି ଘଟଣା ଉତ୍ତରପ୍ରଦେଶର ଆମେଥୀ ଜିଲ୍ଲାର NH-931 ରେ ଘଟିଛି। ଭାଇରାଲ୍ ଭିଡିଓରେ ଜଣେ ଯୁବକ ଲୁହା ଦଣ୍ଡକୁ ଧରି ପୁସଅପ୍ କରୁଥିବା ଦେଖିବାକୁ ମିଳୁଛି | ସାଇନ୍ ବୋର୍ଡ ପଛରେ ଆଉ ଜଣେ ଯୁବକ ବସିଥିବାର ନଜର ଆସିଛନ୍ତି ।

ତେବେ @AmethiliveCom ନାମକ ହ୍ୟାଣ୍ଡେଲ ଏହି ଭିଡିଓକୁ X ରେ ସେୟାର କରାଯାଇଥିବାବେଳେ ସଚିନ୍ ନାମକ ଏକ ଇନଷ୍ଟାଗ୍ରାମ ଆଇଡିରୁ ଏହି ଭିଡିଓ ପୋଷ୍ଟ କରାଯାଇଛି ।


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *