ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ବାଲିଗୁଡା ପକ୍ଷରୁ ବାଲିଗୁଡା ସଭା ଗୃହ ଠାରେ ଆଦିବାସୀ ଯୁବ ଉଦ୍ୟୋଗୀ ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି l ଏଥିରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗ ଦେଇ ଏହି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ l ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ କାର୍ଯ୍ୟକ୍ରମ ଜରିଆରେ ବାଲିଗୁଡା ଆଇଟିଡିଏ ର 9 ଗୋଟି ବ୍ଲକ ର ଆଦିବାସୀ ଯୁବ ଉଦ୍ୟୋଗୀ ଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି l ମୋଟ 85 ଜଣ ଯୁବକ ଯୁବତୀ ଙ୍କୁ ଏକ ଲକ୍ଷ ଟଙ୍କା ଲେଖାଏଁ ମୋଟ 85 ଲକ୍ଷ ଟଙ୍କା ର ଚେକ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଙ୍କ ଦ୍ୱାରା ପ୍ରଦାନ କରାଯାଇଅଛି l ଆଦିବାସୀ ବହୁଳ କନ୍ଧମାଳ ଜିଲ୍ଲା ରେ ଆଦିବାସୀ ବର୍ଗ ର ଯୁବକ ଯୁବତୀ କିପରି ରୋଜଗାରକ୍ଷମ ହୋଇ ପାରିବେ ଓ ନିଜ ପରିବାର ର ଉତ୍ତମ ଭାବେ ପ୍ରତି ପୋଷଣ କରି ସମାଜ ରେ ଆଗକୁ ବଢ଼ି ପାରିବେ ଏହି କାର୍ଯ୍ୟକ୍ରମ ର ମୂଳ ଉଦେଶ୍ୟ ବୋଲି କନ୍ଧମାଳ ସାଂସଦ କହିଛନ୍ତି l ଏହି କାର୍ଯ୍ୟକ୍ରମ ରେ ବାଲିଗୁଡା ପିଏ ଆଇଟିଡିଏ କୃପାସିନ୍ଧୁ ବେହେରା, ଜିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁ, ଜିଲ୍ଲା ରାଜ୍ୟ କାରିଣୀ ସଦସ୍ୟ ପଦ୍ମ ଚରଣ ଦାସ, ବାଲିଗୁଡା ନଗର ସାଂସଦ ପ୍ରତିନିଧି ଆଦିକନ୍ଦ ପଟ୍ଟନାୟକ, ବାଲିଗୁଡା ବ୍ଲକ ସାଂସଦ ପ୍ରତିନିଧି ରଂଜିତ ସାହୁ,ବିଧାୟକ ପ୍ରାଥୀନି କଳ୍ପନା କଂହର ପ୍ରମୁଖ ଉପସ୍ଥିତ ରହିଥିଲେ l
