ଆଜି ପ୍ରବଳ କୁହୁଡ଼ି, କାଲି ପୁଣି ବର୍ଷା

ଆଜି ପ୍ରବଳ କୁହୁଡ଼ି, କାଲି ପୁଣି ବର୍ଷା

Share with people

ଆସନ୍ତା କାଲି ସନ୍ଧ୍ୟାରେ ବର୍ଷା ସମ୍ଭାବନା; ପୁଣି ଚାଷୀଙ୍କୁ ଝଟକା

ଆଜି ପ୍ରବଳ କୁହୁଡ଼ି, କାଲି ପୁଣି ବର୍ଷା

ଲଗାତାର ଅଦିନିଆ ବର୍ଷାରେ ଓଡ଼ିଶା ବେହାଲ୍‌। ଉପକୂଳରୁ ଆଭ୍ୟନ୍ତରୀଣ ଓଡ଼ିଶା ଯାଏଁ ସବୁଠି ଲାଗି ରହିଛି ବର୍ଷା। ପାଣିପାଗ ପୂରା ବିଗିଡ଼ିଯାଇଛି। ଫସଲ ପାଣିରେ ବତରୁ ବରବାଦ୍‌। କାଲୁଆ ପବନକୁ ଲଗାଣ ବର୍ଷାରେ ଜନଜୀବନ ବେହାଲ୍‌।

ଏବେ କମିବ ବର୍ଷା ବଢ଼ିବ କୁହୁଡି। ରାଜ୍ୟରେ ଆଜିଠୁ ବର୍ଷାର ପରିମାଣ ସାମାନ୍ୟ କମିବାକୁ ଥିବା ବେଳେ କାଲିଠୁ ସଂପୂର୍ଣ୍ଣ ବର୍ଷା କମିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।ଆଜି ବିଶେଷ କରି ଦକ୍ଷିଣ ଓଡ଼ିଶାରେ ହାଲୁକା ବର୍ଷା ସମ୍ଭାବନା ରହିଛି। ଗଂଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହୋଇପାରେ।

ତେବେ କାଲିଠାରୁ ପାଗରେ ପରିବର୍ତ୍ତନ ଆସିବ। କାଲିଠୁ ବର୍ଷା ସଂପୂର୍ଣ୍ଣ କମିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେହିପରି ଦୁଇ ଦିନ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ଦେଖାଦେବ। ଘନ କୁହୁଡ଼ି ନେଇ ଆଜି ପାଇଁ ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସୁନ୍ଦରଗଡ଼, ସମ୍ବଲପୁର, ବଲାଙ୍ଗିର, ଝାରସୁଗୁଡ଼ା, ନୂଆପଡ଼ା, ବରଗଡ଼, କେନ୍ଦୁଝର ଏବଂ ମୟୂରଭଂଜ ଜିଲ୍ଲାର କିଛି ଅଞ୍ଚଳରେ ଘନ କୁହୁଡ଼ି ସମ୍ଭାବନା ରହିଛି।

ମିଳିଥିବା ସୂଚନା ଅନୁଯାୟୀ ,ବୁଧବାର ଦିନ ଭିତରେ ଭବାନୀପାଟଣାରେ ୬୦.୪ ମିଲିମିଟର, ଖୋର୍ଦ୍ଧାରେ ୨୪ ମିମି, କଟକରେ ୨୦.୬, ଭବାନୀପାଟଣାରେ ୧୮.୮, ନୟାଗଡ଼ରେ ୧୬ ମିମି ବର୍ଷା ହୋଇଥିବାବେଳେ ସବୁଠି ବର୍ଷା ହୋଇଛି । ମଙ୍ଗଳବାର ସକାଳରୁ ବୁଧବାର ସକାଳ ଭିତରେ ଖୋର୍ଦ୍ଧାର ଟାଙ୍ଗୀରେ ୭୪ ମିମି, କଳାହାଣ୍ଡିର କୋକସରାରେ ୬୫ ମିମି, ଡାବୁଗାଁରେ ୬୨, କୋଶଗୁମୁଡ଼ାରେ ୫୮, ଜୁନାଗଡ଼ରେ ୫୩, ଭବାନୀପାଟଣାରେ ୪୬, ଝରିଗାଁରେ ୪୬, ଗଞ୍ଜାମର ପାତ୍ରପୁରରେ ୪୧, ଜଗତସିଂହପୁରର ନୂଆଗାଁରେ ୪୧ ମିମି ବର୍ଷା ହୋଇଛି।


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *