ଆର୍ସେଲର ମିତ୍ତଲ ନିପନ ଷ୍ଟିଲ କମ୍ପାନୀ ପକ୍ଷରୁ ଡେଙ୍ଗୁ ନିରାକରଣ ସଚେତନତା ଅଭିଯାନ ||

ଆର୍ସେଲର ମିତ୍ତଲ ନିପନ ଷ୍ଟିଲ କମ୍ପାନୀ ପକ୍ଷରୁ ଡେଙ୍ଗୁ ନିରାକରଣ ସଚେତନତା ଅଭିଯାନ ||

Share with people

ସୁନ୍ଦରଗଡ଼ ଜିଲ୍ଲା କୋଇଡା ଗ୍ରାମପଞ୍ଚାୟତ ସମିତି ଅନ୍ତର୍ଗତ ସେଗାସାହି ଗ୍ରାମ ସ୍ଥିତ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ ଖଣି କମ୍ପାନୀ ପକ୍ଷରୁ ଆଜି ଡେଙ୍ଗୁ ନିରାକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ଏହି ସଚେତନତା କାର୍ଯ୍ୟକ୍ରମରେ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ ଖଣିର ଖଣି ମ୍ୟାନେଜର ସତ୍ୟକାନ୍ତ ଦାସ, ସିଏସଆର ମୁଖ୍ୟ ଅରୁଣ ଅଗରୱାଲ, କୋଇଡା ବ୍ଲକ କଶିରା ସରପଞ୍ଚ ଦିବାକର ନାଏକ,କୋଇଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡ଼ାକ୍ତର ନାଗାର୍ଜୁନ ଗାଗାରାଇ ଓ ବାସୁଦେବପୁର ଡାକ୍ତରଖାନାର ସରକାରି ଡ଼ାକ୍ତର କାର୍ତ୍ତିକ ଚରଣ ସାହୁ ଏବଂ ଅନ୍ୟାନ୍ୟ ପଦାଧିକାରୀ ମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ ଖଣି କମ୍ପାନୀ ଅଧିକାରୀଙ୍କ ଦ୍ଵାରା ପରିଚାଳନା କରାଯାଇଥିଲା । ଓଡ଼ିଶା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଡେଙ୍ଗୁ ରୋଗର ସମ୍ପୂର୍ଣ୍ଣ ନିରାକରଣ ନିମନ୍ତେ ସମସ୍ତ ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ ଏହି ସଚେତନତା ବାର୍ତ୍ତା ଦିଆଯିବାର ବ୍ୟବସ୍ଥା କରାଯାଇଥିଲା । ଡେଙ୍ଗୁ ରୋଗରୁ ବଞ୍ଚିତ ରହିବା ପାଇଁ ସମସ୍ତଙ୍କୁ ଲିଫଲେଟ ବଣ୍ଟନ କରିବା ସହିତ ଘର ଚାରିପାଖ ସଫା ସୁତୁରା ରଖିବା ସହ ନିୟମିତ ମଶାରୀ ବ୍ଯବହାର କରିବା ଓ ପୁରା ଦେହକୁ ଘୋଡାଇ ରଖିଲା ପରି ପୋଷାକ ପିନ୍ଧିବା ପାଇଁ ଅନୁରୋଧ କରାଯାଇଥିଲା ।


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *