ଭଦ୍ରକ- ତିହିଡି ବ୍ଲକ କାର୍ଯ୍ୟାଳୟରେ ନେତାଙ୍କ ଦାଦାଗିରି ,ଦୁର୍ନୀତି ବିରୋଧରେ ମୁହଁ ଖୋଲିଲେ ଆରଟିଆଇ କର୍ମୀଙ୍କୁ ମିଳୁଛି ହତ୍ୟା ଧମକ | ସୂଚନା ଅନୁଯାଇ ତିହିଡି ବ୍ଲକ ଗୁଆମାଳ ପଂଚାୟତର ଯୁବକ ଘନଶ୍ୟାମ ମିଶ୍ର ନିଜ ପଂଚାୟତରେ ବିଭିନ୍ନ କାର୍ଯ୍ୟରେ ହୋଇଥିବା ଦୁର୍ନୀତିର ତଥ୍ୟ ଜାଣିବା ପାଇଁ ତିହିଡି ବ୍ଲକରେ ଆରଟିଆଇ ଦ୍ୱାରା ତଥ୍ୟ ମାଗିବାକୁ ଯାଇଥିବା ସମୟରେ ଏହି ମଣ୍ଡଳର ବିଜେପି ସଭାପତି ଘନଶ୍ୟାମଙ୍କୁ ବିଭିନ୍ନ ଅଶ୍ଳୀଳ ଭାଷାରେ ଗାଳି କରିବା ସହ ମାରି ଦେବାକୁ ଧମକ ଚମକ ଦେଇଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି | ଏହି ଘଟଣାକୁ ନେଇ ଘନଶ୍ୟାମ ତିହିଡି ଥାନାରେ ଲିଖିତ ଅଭିଯୋଗ କରିବା ସହ ମୁଖ୍ୟମନ୍ତ୍ରୀ ଜ଼ିଲ୍ଲାପାଳ ଓ ଏସପିଙ୍କୁ ନିଜ ସୁରକ୍ଷା ପାଇଁ କରିଛନ୍ତି ନିବେଦନ |ତେବେ ଏହି ଘଟଣାକୁ ନେଇ ଅଭିଯୋଗ ଆସିଥିବା ନେତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ |

