ଅଜଣା ରୋଗରେ ୫୦ରୁ ଉର୍ଦ୍ଧ ଆକ୍ରାନ୍ତ

ଅଜଣା ରୋଗରେ ୫୦ରୁ ଉର୍ଦ୍ଧ ଆକ୍ରାନ୍ତ

Share with people

କୋରାପୁଟ ସହରର ୯ ନମ୍ବର ୱାର୍ଡ ରଥଶର୍ମା କୋଲନିରେ ଅଜଣା ରୋଗରରେ ୫୦ ରୁ ଉର୍ଦ୍ଧ ବ୍ୟକ୍ତି ଆକ୍ରାନ୍ତ ହୋଇ ଥିବା ଜଣାପଡିଛି। ଏନେଇ କଲୋନୀ ବାସୀ ଆତଙ୍କିତ ହୋଇପଡିଥିବା ଦେଖା ଯାଇଛି।ନିକଟରେ ଥିବା ପୌର ପରିଷଦର ଡ଼ମ୍ପିଂୟାଡ଼କୁ ନେଇ ରୋଗ ବ୍ୟାପୁଥୁବା ଲୋକେ ଅଭିଯୋଗ କରିଛନ୍ତି।

ଅଜଣା ରୋଗରେ ୫୦ରୁ ଉର୍ଦ୍ଧ ଲୋକେ ଆକ୍ରାନ୍ତ

କଲୋନି ବାସିଙ୍କ ଅଭିଯୋଗରୁ ଜଣାପଡିଛି ଜେ ରଥ ଶର୍ମା କଲୋନିର ପ୍ରାୟ ୩୦ ମିଟର ଦୂରରେ ପୌର ପରିଷଦ ପକ୍ଷରୁ ଡ଼ମ୍ପିଂୟାଡ଼ କରାଯାଇଥିବାରୁ , କଲୋନିରେ ଏକ ଦୁର୍ଗନ୍ଧ ମୟ ପରିବେଶ ସୃଷ୍ଟି ହୋଇଛି। ଏଥିପାଇଁ ବିଭିନ୍ନ ସଂକ୍ରାମକ ରୋଗ ସାହିରେ ବୃଦ୍ଧି ପାଉଛି ବୋଲି ଲୋକେ ଅଭିଯୋଗ କରିଛନ୍ତି। ଗତ କିଛିଦିନ ହେବ ଏହି କୋଲନିରେ ଏକ ଅଜଣା ରୋଗ ଦେଖା ଦେଇଛି। ଯାହାଦ୍ୱାରା ଲୋକଙ୍କୁ ଜ୍ୱର ହେବା ସହ ହାତ ଗୋଡ଼ ବିନ୍ଧା ସାଙ୍ଗକୁ ପ୍ଲେଟଲେଟ କମିଯାଉଥିବା ଲୋକେ କହୁଛନ୍ତି। ଏଥିନେଇ ମେଡିକାଲ କଲେଜରେ ସମସ୍ତ ପ୍ରକାର ପରୀକ୍ଷା ନିରୀକ୍ଷା କରିବା ସ୍ଵତ୍ତ୍ୱେ ରୋଗର କାରଣ ଜଣା ପଡ଼ୁ ନାହିଁ। ଦେହରୁ ଜ୍ୱର କମିବା ପରେ ହାତ ଗୋଡ଼ ଫୁଲି ଯାଉଥୁବାରୁ ଲୋକେ ଏବେ ଚିନ୍ତାରେ ଦିନ କାଟୁଛନ୍ତି।

ଏହି ରୋଗରେ କଲୋନୀର ପ୍ରାୟ ୫୦ ରୁ ଉର୍ଦ୍ଧ ବ୍ୟକ୍ତି ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଏଥି ନେଇ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇବାରୁ ଆଜି ସ୍ୱାସ୍ଥ୍ୟ ବିଭାଗର ଏକ ଟିମ ରଥଶର୍ମା କଲୋନୀକୁ ଯାଇ ୨୦ ରୁ ଉର୍ଦ୍ଧ୍ବ ଲୋକଙ୍କ ରକ୍ତ ନମୁନା ଓ ଲୋକେ ବ୍ୟବହାର କରୁଥିବା ପାନୀୟ ଜଳର ନମୁନା ସଂଗ୍ରହ କରିବା ସହ କୋଲନିର ଆଖ ପାଖ ଅଞ୍ଚଳ ବୁଲି ପରିଷ୍କାର ପରିଚ୍ଛନ୍ନତାର ସ୍ଥିତି ପରଖିଥିବା ଦେଖା ଯାଇଛି ।

ଏହି ବିଷେସଜ୍ଞ ଦଳ ପକ୍ଷରୁ ସଂଗ୍ରହ କରା ଯାଇଥିବା ରକ୍ତର ନମୁନା ଜୟପୁର ଜିଲ୍ଲା ସ୍ବାସ୍ତ୍ୟ ବିଭାଗ ପରୀକ୍ଷା କେନ୍ଦ୍ରରେ ଚିକେନଗୁନିଆ ଓ ଡେଙ୍ଗୁ କୁ ନେଇ ପରୀକ୍ଷା କରାଯିବ ବଲି ସୂଚନା ମିଳିଥିବା ବେଳେ ଖୁବଶୀଘ୍ର ରୋଗର କାରଣ ବିଷୟରେ ଅନୁଧ୍ୟାନ କରାଯାଇ ଏହାର ନିଦାନ ପାଇଁ ବ୍ୟବସ୍ଥା କରାଜୀବ ବୋଲି ଜିଲ୍ଲାପାଳ ସୂଚନା ଦେଇଥିବା ବେଳେ କଲୋନି ବାସିଙ୍କ ଅଭିଯୋଗ ଉପରେ ପ୍ରଶାସନ ତରଫରୁ ତୁରନ୍ତ ପଦକ୍ଷେପ ନେବାପାଇଁ କଲୋନି ବାସି ଦାବୀ କରିଛନ୍ତି


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *