ଆଜି ଓ କାଲି ଭୋର ୪ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଏହି ଜାରି ରହିବ 163 ଧାରା
ବାଲେଶ୍ୱରରେ ଚାଲିଛି କର୍ଫ୍ୟୁ
ବାଲେଶ୍ୱରରେ ଲାଗୁହେଲା କର୍ଫ୍ୟୁ ଜବରଦଖଲ ଉଚ୍ଛେଦ ପାଇଁ ବାଲେଶ୍ୱରରେ ବିଏନଏସର ଧାରା 163 ଓ କର୍ଫ୍ୟୁ ଜାରି କରିଛି ଜିଲ୍ଲା ପ୍ରଶାସନ । ବାଲେଶ୍ୱରର ଯାଦପୁର, ଅକ୍ତିଆରପୁର ଓ ଭାସ୍କରଗଞ୍ଜ ମୌଜାରେ ଜବରଦଖଲ ଉଚ୍ଛେଦ ପାଇଁ ପ୍ରଶାସନ କଠୋର ପଦକ୍ଷେପ ନେଇଛି ।| ତେବେ ଏହି ସ୍ଥାନରେ ତୃତୀୟ ଲାଇନ କାମରେ ବାଧକ ସାଜିଛନ୍ତି ଜବରଦଖଲକାରୀ ।
ତେଣୁ ଜବରଦଖଲକୁ ଉଚ୍ଛେଦ କରିବା ପାଇଁ ପ୍ରଶାସନ ଜରୁରୀକାଳୀନ କର୍ଫ୍ୟୁ ଜାରି କରିଛି । ଆଜି ଓ କାଲି ଭୋର ୪ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ । ଅରଡ ବଜାରଠାରୁ ପରିବା ମାର୍କେଟ, ହରିପୁରଠାରୁ ଦର୍ଜି ପୋଖରୀ ଛକ, କଷ୍ମିଳା ପୋଲଠାରୁ ଫୁଲାଡି ଛକ, ନୁଆବଜାର ରେଳ ଫାଟକ ଓ ଗଳା ପୋଲଠାରୁ ନୂଆବଜାର ପରିବା ମାର୍କେଟର ଉଭୟେ ପାର୍ଶ୍ୱ ରାସ୍ତାରେ ବିଏନଏସର ଧାରା 163 ଓ କର୍ଫ୍ୟୁ ଜାରି କରିଛି ଜିଲ୍ଲା ପ୍ରଶାସନ।

ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଭୋର ୪ଟାରୁ ରାତି ୧୦ଟା ଓ ଆସନ୍ତା କାଲି ଭୋର ୪ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଏହି କଟକଣା ଜାରୀ କରିଥିବା ସୂଚନା ଦେଇଛନ୍ତି ବାଲେଶ୍ଵର ଅତିରିକ୍ତ ଜିଲ୍ଲାପାଳ। ଉଚ୍ଛେଦ ବେଳେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆ ଯାଇଥିବା କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ। ସେଥିପାଇଁ ସକାଳୁ ସକାଳୁ ରେଳ ଲାଇନ କଡ଼ରେ ରହୁଥିବା ଲୋକମାନେ ଘରୁ ସେମାନଙ୍କ ଆସବାବପତ୍ର ଅନ୍ୟତ୍ର ନେବାରେ ଲାଗିପଡିଛନ୍ତି।
ତେବେ କର୍ଫ୍ୟୁ ସମୟରେ ଏକାଧିକ ବ୍ୟକ୍ତି ଏକତ୍ରିତ ହେବା, ସଭା,କିମ୍ବା ଶୋଭାଯାତ୍ରା କରିବାକୁ ବାରଣ କରାଯାଇଛି। ଉଚ୍ଛେଦ ବେଳେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆ ଯାଇଥିବା କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ।
ରିପୋର୍ଟ -[ ପ୍ରସଂଜିତ ସେଠୀ ]