ଆଜି ପାଗ ଶୁଖିଲା; 28 ଓ 29ରେ ପୁଣି ବର୍ଷା

ଆଜି ପାଗ ଶୁଖିଲା; 28 ଓ 29ରେ ପୁଣି ବର୍ଷା

Share with people

ପଶ୍ଚିମାଝଡ଼ ପ୍ରଭାବରେ ଆସନ୍ତାକାଲିଠୁ ରାଜ୍ୟରେ ବର୍ଷା ହେବ। ୨୮ ଓ ୨୯ ତାରିଖ ୨ ଦିନ ରାଜ୍ୟରେ ବର୍ଷା ହେବ |

ଆଗାମୀ ଦୁଇ ଦିନ ରାଜ୍ୟରେ ବର୍ଷା ସମ୍ଭାବନା:

ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ଆସନ୍ତାକାଲିଠୁ ବର୍ଷା ହେବାର ସମ୍ଭାବନା ରହିଛି । ଉତ୍ତର ତଥା ଉତ୍ତର ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ୨ ଦିନ ଧରି ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ |
ତେବେ ପଶ୍ଚିମାଝଡ଼ ପ୍ରଭାବରେ ଆସନ୍ତାକାଲିଠୁ ରାଜ୍ୟରେ ବର୍ଷା ହେବ। ୨୮ ଓ ୨୯ ତାରିଖ ୨ ଦିନ ରାଜ୍ୟରେ ବର୍ଷା ହେବ। ବିଶେଷ କରି ଉତ୍ତର ତଥା ଉତ୍ତର ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।
ସେପଟେ, ଦୁଇ ଦିନ ତଳେ ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଥିଲା। ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଥିଲା। ଫଳରେ ଚାଷୀଙ୍କର ବର୍ଷକର ଅମଳ ପାଣିରେ ପଡ଼ି ନଷ୍ଟ ହୋଇଯାଇଥିଲା। ପୁଣି ବର୍ଷା ହେବା ନେଇ ସୂଚନା ମିଳିବା ପରେ ଚିନ୍ତାରେ ପଡ଼ିଯାଇଛନ୍ତି ଚାଷୀ।


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *