ବିଦେଶୀ ଖେଳାଳିମାନେ ଅନେକ ସମୟରେ ଆଇପିଏଲ୍ ଫ୍ରାଞ୍ଚାଇଜ୍କୁ ଅସୁବିଧାରେ ପକାଉଥିଲେ | ନିଲାମରେ ବିକ୍ରି ହେବା ପରେ ସେମାନେ ସେମାନଙ୍କର ନାମ ପ୍ରତ୍ୟାହାର କରୁଥିଲେ | କିନ୍ତୁ ବର୍ତ୍ତମାନ ଏହା ସମ୍ଭବ ହେବ ନାହିଁ। ଏହା ବ୍ୟତୀତ ବିସିସିଆଇ ବିଦେଶୀ ଖେଳାଳିଙ୍କ ଦରମା ଉପରେ ମଧ୍ୟ କ୍ୟାପ ରଖିଛି।
ଖେଳାଳିଙ୍କୁ ୨ ବର୍ଷର ବ୍ୟାନ ଧମକ ଦେଲା ବିସିସିଆଇ

ଆଇପିଏଲ ୨୦୨୫ ମେଗା ଅକ୍ସନ ପୂର୍ବରୁ ବିସିସିଆଇ ନେଇଛି ବଡ଼ ପଦକ୍ଷେପ | ଯଦି କୌଣସି ଖେଳାଳି ଆଇପିଏଲରେ ନିଲାମ ହେବା ପରେ ବ୍ୟକ୍ତିଗତ କାରଣ ପାଇଁ ଟୁର୍ଣ୍ଣାମେଣ୍ଟରୁ ଓହିରି ଯିବେ, ତା’ହେଲେ ସେମାନଙ୍କୁ ୨ ବର୍ଷ ପାଇଁ ବ୍ୟାନ କରାଯିବ ବୋଲି ବିସିସିଆଇ କହିଛି।
ଅନେକ ସମୟରେ କିଛି ବିଦେଶ ଖେଳାଳି ନିଲାମ ପରେ ଆଇପିଏଲରୁ ନିଜ ନାଁ ବ୍ୟକ୍ତିଗତ କାରଣ ପାଇଁ ପ୍ରତ୍ୟାହାର କରିବାର ନଜିର ରହିଛି। ନିଲାମ ପରେ ଏପରି ପଦକ୍ଷେପ ଖେଳାଳିମାନେ ନେଉଥିବାରୁ ପ୍ରାଞ୍ଚାଇଜମାନେ ଅଡ଼ୁଆରେ ପଡ଼ୁଥିଲେ। ସେମାନଙ୍କ ଟିମ କମ୍ବିନେସନରେ ମଧ୍ୟ ସମସ୍ୟା ଦେଖାଯାଉଥିଲା । ଏହାକୁ ଦୃଷ୍ଟିରେ ରଖି ବିସିସିଆଇ ଏପରି ପଦକ୍ଷେପ ଗ୍ରହଣ କରିଛି। ଏହାକୁ ପ୍ରାଞ୍ଚାଇଜଙ୍କ ଠାରୁ ବରିଷ୍ଠ କ୍ରିକେଟମାନେ ସମର୍ଥନ କରିଛି।
ଶନିବାର ଆଇପିଏଲର ଗଭର୍ଣ୍ଣିଂ କାଉନସିଲ ବୈଠକ ବସିଥିଲା। ଏହି ବୈଠକରେ ନୂଆ ନିୟମ ସମ୍ପର୍କରେ ଆଲୋଚନା ହୋଇଥିଲା। ଏହାକୁ ସବୁ ପ୍ରାଞ୍ଚାଇଜ ସମର୍ଥନ କରିଥିଲେ। କାରଣ ନିଲାମ ପରେ କିଛି ଖେଳାଳି ନାଁ ପ୍ରତ୍ୟାହାର କରୁଥିବା ଉପଯୁକ୍ତ ବଦଳ ଖେଳାଳି ପାଇବାରେ ଟିମକୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି ||
ଯଦି କୌଣସି ଖେଳାଳି ନିଲାମ ପାଇଁ ପଞ୍ଜୀକୃତ ହୋଇଥିଲେ, ବିକ୍ରୟ ପରେ ସେ ସିଜିନ୍ ଆରମ୍ଭ ପୂର୍ବରୁ ନିଜକୁ ଅନୁପଲବ୍ଧ ବୋଲି ଘୋଷଣା କରନ୍ତି, ତେବେ ତାଙ୍କୁ ଦୁଇ ବର୍ଷ ପାଇଁ ଆଇପିଏଲ୍ ଏବଂ ଆଇପିଏଲ୍ ନିଲାମରେ ଭାଗ ନେବାକୁ ବାରଣ କରାଯିବ। |