ଅଶ୍ଳୀଳ ନାଚ ଦେଖିବାକୁ ଲୋକଙ୍କ ଭିଡ଼ ।

ଅଶ୍ଳୀଳ ନାଚ ଦେଖିବାକୁ ଲୋକଙ୍କ ଭିଡ଼ ।

Share with people

ଇଏ କୁଆଡ଼େ ଆମ ଓଡ଼ିଆ ଅସ୍ମିତା;ଆମ କଳା ସଂସ୍କୃତିର ଝଲକ୍‌ କେମିତି ମଞ୍ଚ ଉପରେ ପରିବେଶଣ ହେଉଛି ଦେଖିଲେ ତ…

ଆଇଟମ୍ ଡ୍ୟାନ୍ସ ନାଁରେ ନଗ୍ନ ନାଚ:

ଦେଖିଲେ ତ… ଇଏ କୁଆଡ଼େ ଆମ ଓଡ଼ିଆ ଅସ୍ମିତା । ଆମ କଳା ସଂସ୍କୃତିର ଝଲକ୍‌ କେମିତି ମଞ୍ଚ ଉପରେ ପରିବେଶଣ ହେଉଛି । ହେଲେ ସବୁ ଦେଖି ସମସ୍ତେ ଏଠି ଯେମିତି ନୀରବଦ୍ରଷ୍ଟା । ଆମ ରାଜ୍ୟ ସରକାର ଓଡ଼ିଆ ଅସ୍ମିତାକୁ ମୁଖ୍ୟ ପ୍ରସଙ୍ଗ କରିଥିବା ବେଳେ ଏ ଅଶ୍ଳୀଳ ନୃତ୍ୟ ସେ ସବୁକୁ ଯେମିତି ଆଖିଠାର ମାରୁଛି । ପୂରା ବିଚଳିତ କଲାଭଳି ଦୃଶ୍ୟ ଯାତ୍ରା ପେଣ୍ଡାଲରେ ଚାଲିଛି। ଆଇଟମ୍ ଡ୍ୟାନ୍ସ ନାଁରେ ନଗ୍ନ ନାଚ । ଖୋଲା ମଞ୍ଚରେ ଦର୍ଶକଙ୍କ ଆଗରେ ଅଙ୍ଗ ପ୍ରଦର୍ଶନ। କିଏ ‘ଟିପିଟିପି ବର୍ଷା ପାନି’ରେ ଉଲଗ୍ନ ହେଲାଣି ତ କିଏ ‘ଭିଗି ଜାନେସେ’ରେ ଅଙ୍ଗ ଦେଖାଇ ଅଶ୍ଳୀଳତାର ପ୍ରଦର୍ଶନ କଲାଣି। ପୁଲିସ୍, ଦର୍ଶକ, ସାମାଜିକ କର୍ମୀ ସମସ୍ତଙ୍କ ଆଗରେ ଏହିଭଳି ବେଆଇନ୍ ତଥା କଦର୍ଯ୍ୟ କାର୍ଯ୍ୟ ଅଭିନୀତ ହେଉଛି । ନା’ ଆଇନ୍ ରକ୍ଷକ ଏହାର ପ୍ରତିବାଦ କରୁଛନ୍ତି ନା’ ଦର୍ଶକ ମହଲରେ ସ୍ବର ଉଠୁଛି। ମୁକ୍ତ ମଞ୍ଚରେ ଜାଣିଶୁଣି ଜନସାଧାରଣଙ୍କ ସମ୍ମୁଖରେ ଦେହ ପ୍ରଦର୍ଶନ ଭାରତୀୟ ନ୍ୟାୟ ସଂହିତାରେ ଧର୍ଭବ୍ୟ ଅପରାଧ । କିନ୍ତୁ କେହି ମାନୁନାହାନ୍ତି। ବରଂ ପ୍ରତିଯୋଗିତା ଆରମ୍ଭ ହୋଇଛି, ଏମିତି କରି କିଏ କେତେ ଚର୍ଚ୍ଚାରେ ରହୁଛି। ବର୍ତ୍ତମାନ ଓଡ଼ିଶା ଯାତ୍ରା ଜଗତରେ ଏବେ ୨-୩ ଜଣ ଆଇଟମ୍ ଗାର୍ଲଙ୍କ ଭିତରେ ଏହି ପ୍ରତିଯୋଗିତା ଆରମ୍ଭ ହୋଇଛି। ରାତି ରାତି ନାଁ କମେଇବା ପାଇଁ ଅଙ୍ଗ ପ୍ରଦର୍ଶନୀକୁ ସାହାର କରିଛନ୍ତି ଏହି ଆଇଟମ୍ ଗାର୍ଲମାନେ। ବାସ୍ତବରେ ଏହା ଉପରେ କଟକଣା ଅଛି କି ନାହିଁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସାମାଜିକ କଳା ପରିବେଷଣ ସ୍ଥାନରେ ଏହିଭଳି କଳା କାରନାମା ଦେଖିବାକୁ ମିଳୁଛି। ଯାହା ଓଡ଼ିଆ ଯାତ୍ରା ପରମ୍ପରାକୁ କଳୁଷିତ କରୁଛି। କଳଙ୍କର ଛିଟା ବୋଳୁଛି ଅନ୍ୟପଟେ ଓଡ଼ିଆ ଅସ୍ମିତାକୁ ଦଳି ପକାଇଛି । ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପ୍ରତିଷ୍ଠିତ ଯାତ୍ରା ଅନୁଷ୍ଠାନ ମାନଙ୍କରେ ଚାଲିଛି ଅଶୀଳ ନାଚ। ଦର୍ଶକଙ୍କ ମନୋରଞ୍ଜନ କରିବାକୁ ଯାଇ ସବୁ ସୀମା ଟପି ଯାଉଛି । ଯାତ୍ରା ମଞ୍ଚରେ ଖଳାଖଲି ଅଙ୍ଗ ପ୍ରଦର୍ଶନ କରୁଛନ୍ତି ଆଇଟମ ଗାର୍ଲ ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଯାହା ଯାତ୍ରାକୁ ନିନ୍ଦିତ ସହ ବଦନାମ କରିଛି। ମାତ୍ର ବୟସ୍କ, ମହିଳା ଓ ଛୋଟପିଲାଙ୍କ ଉପସ୍ଥିତିରେଏପରି ନୃତ୍ୟକୁ ସାମାଜିକ ଗଣମାଧ୍ୟମରେ ଦୃଢ଼ ନିନ୍ଦା କରାଯାଇଛି । କିନ୍ତୁ କିଛି ଉତ୍‌ପାତିଆ ଯୁବ ଦର୍ଶକ ଉତ୍ସାହିତ ହୋଇ ଆଇଟମ୍ ଗାର୍ଲଙ୍କୁ ୫ ଶହ ଟଙ୍କିଆ ନୋଟ୍ ବଢ଼ାଇବା ଲଜ୍ଜିତ କରିଛି।

ସେହିପରି ଆଇଟମ୍ ଗାର୍ଲ ବି ଖୋଲାଖୋଲି ଭାବରେ ଅଙ୍ଗ ପ୍ରଦର୍ଶନ କରି ଭାଇରାଲ୍ ହୋଇ ନିଜ ନିଜର ନାଁ କମାଉଛନ୍ତି। କିନ୍ତୁ ଏନେଇ ତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। କାରଣ ଏହା କୁଆଡ଼େ ତାଙ୍କୁ ନାଁ ଓ ପରିଚୟ ଦେଇଛି। ଯାହାଙ୍କ ଉପରେ ପ୍ରଶାସନ, ପୁଲିସ୍, କିମ୍ବା ସରକାରଙ୍କ ପକ୍ଷରୁ କୌଣସି କଟକଣା ନାହିଁ । ତେବେ କିଛି ଯାତ୍ରା କମିଟି ତାଙ୍କୁ ନେବାକୁ ବ୍ୟାକୁଳ ହୋଇ ପଡୁଛନ୍ତି । ଅନ୍ୟପକ୍ଷରେ କିନ୍ତୁ ଏ ଘଟଣାରେ ଯାତ୍ରା କମିଟି ଅତିଥି କଳାକାରଙ୍କୁ ନିମନ୍ତ୍ରଣ କରୁଥିବା କହି ଖସି ଯଉଛନ୍ତି ଯାତ୍ରା ଅନୁଷ୍ଠାନ। କାରଣ ଏହା ସେମାନଙ୍କୁ ଅଧିକ ଟିକଟ ସେଲ୍ ଓ ଅର୍ଥ ରୋଜଗାରର ସୁଯୋଗ ଦେଉଛି । ଯାହାକୁ କେହି ଅଗ୍ରାହ୍ୟ କରିପାରିବେ ନାହିଁ। ମାତ୍ର ପ୍ରଶ୍ନ ଏଭଳି କଦର୍ଯ୍ୟ ନାଚ କେବେ ବନ୍ଦ ହେବ ? ଯଦି ସରକାର ସୋସିଆଲ୍ ମିଡିଆ , ବାର ପାଇଁ ଆଇନ୍ ଆଣିଲେ, ପର୍ସେଗ୍ରାଫି ଭିଡିଓ ଉପରେ କଟକଣା ଲଗାଇଲେ ବାରରେ ନାଚ ବନ୍ଦ କଲେ ତାହାଲେ ଖୋଲା ଯାତ୍ରା ମଞ୍ଚରେ ଶହ ଶହ ଦର୍ଶକଙ୍କ ସାମ୍ନାରେ ନଗ୍ନ ନାଚ ଉପରେ କେବେ ଅଙ୍କୁଶ ଲଗାଇବେ ? ତାହା ଦେଖିବାକୁ ବାକିରହିଲା ।

[ ରିପୋର୍ଟ- ତପନ କୁମାର ଦଣ୍ଡପାଟ ]


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *