ହସ୍ପିଟାଲ ଛାତରୁ ଖସିଲା ପ୍ଳାଷ୍ଟର

ହସ୍ପିଟାଲ ଛାତରୁ ଖସିଲା ପ୍ଳାଷ୍ଟର

Share with people

ପୁରୀ: ଚାରିଛକ ସ୍ୱାସ୍ଥ୍ୟ କେନ୍ଦ୍ର ରୁ ଖସିଲା ପ୍ଲାଷ୍ଟର। ଚାରିଛକ ସ୍ୱାସ୍ଥ୍ୟକେନ୍ଦ୍ରଟି ପୁରୀ ଜିଲ୍ଲାର ବହୁ ପୁରାତନ ସ୍ୱାସ୍ଥ୍ୟକେନ୍ଦ୍ର ଅଟେ ।ଏହି ସ୍ୱାସ୍ଥ୍ୟକେନ୍ଦ୍ର ଅଫିସ ଗୃହଟି ପ୍ରାୟ ୪୫ବର୍ଷ ପୂରୁଣା ହୋଇଥିବା ବେଳେ ଏହାର ଘର ଗୁଡିକ ବିପଦ ଶଙ୍କୁଳ ଅବସ୍ଥାରେଥିବା ଦେଖିବାକୁ ମିଳିଛି ।ସୂଚନାଯୋଗ୍ୟ ଯେ ସଂନ୍ଧ୍ୟାରେ କର୍ମଚାରୀମାନେ କାର୍ଯ୍ୟାଳୟ ବନ୍ଦକରି ବାହାରକୁ ଆସିବା ସମୟରେ ଛାତରୁ ଏକ ପ୍ଲାଷ୍ଟର ଅତଡା ଖସିପଡିବାରୁ ଜୋରରେ ଶବ୍ଦ ହୋଇଥିଲା । ସେହି ସମୟରେ କର୍ମଚାରୀ ମାନେ କାର୍ଯ୍ୟାଳୟ ବାହାରେ ଥିବାରୁ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତୀ ଯାଇଥିଲେ । ବର୍ତମାନ ବିପଦ ସଂକୁଳ ଅବସ୍ଥାରେ ଥିବା ଛାତତଳେ ବସି କାର୍ଯ୍ୟକାରିବା ପାଇଁ କର୍ମଚାରୀମାନେ ଭୟ କରୁଛନ୍ତି । ଏହି ଅସୁରକ୍ଷୀତ କାର୍ଯ୍ୟାଳୟକୁ ତୁରନ୍ତ ମରାମତି କରିବା ସହିତ ଏକ ସୁରକ୍ଷୀତ ଗୃହକୁ କାର୍ଯ୍ୟାଳୟ ସ୍ଥାନାନ୍ତର କରିବା ପାଇଁ ସାଧାରଣରେ ଦାବି ହେଉଛି । ସେହିପରି ଡାକ୍ତରଖାନାର ନୂତନ ଓ୍ବାର୍ଡକୁ ଛାଡି ଅନ୍ୟ ସମସ୍ତ ବିଭାଗ ଗୁଡିକୁ ବିପଦ ସଂକୁଳ ଅବସ୍ଥାରେ ରେ ଥିବା ଦେଖିବାକୁ ମିଳିଛି ।ଏ ସଂପର୍କରେ ଚାରିଛକ ମୁଖ୍ୟଚିକିତ୍ସାଧୂକାରୀ ପ୍ରଶାନ୍ତ କୁମାର ସାମନ୍ତରାୟ କହିଛନ୍ତି ଆମ ହସ୍ପିଟାଲ ଅଧିନରେ କାଯ୍ୟାଳୟଟି ନୂତନ ଗୃହ ପାଇଁ, କାଯ୍ୟାଦେଶ ହୋଇସାରିଛି, ଖୁବଶିଘ୍ର କାର୍ଯ୍ୟ ଆରମ୍ଭ ହେବ ।


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *