ବାଲେଶ୍ବର ଜିଲ୍ଲା ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଅରଡବଜାରରେ ଅବକାରୀ ବିଭାଗର ଚଢାଉ। ୩ ଶହ ୫ ଗ୍ରାମ ଓଜନର ବ୍ରାଉନସୁଗାର ଜବତ କଲା ଅବକାରୀ ବିଭାଗ । ଜଣେ ଅଭିଯୁକ୍ତ ଗିରଫ । ଗିରଫ ଅଭିଯୁକ୍ତ ହେଲେ ଅରଡବଜାରର ରିଣ୍ଟୁ ତରେଇ। ତାଙ୍କ ନିକଟରୁ ଗୋଟିଏ ରୟାଲ ଏନଫିଲ୍ଡ ବାଇକ ମଧ୍ୟ ଜବତ ହୋଇଛି । ଜବତ ହୋଇଥିବା ବ୍ରାଉନ ସୁଗାରର ଆନୁମାନିକ ମୁଲ୍ୟ ୩୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ । ଅଭିଯୁକ୍ତ ଅରଡବଜାରକୁ ବ୍ରାଉନସୁଗାର ନେଇ ପ୍ରେବଶ କରୁଥିବା ସମୟରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା । ଅଭିଯୁକ୍ତଙ୍କୁ ଗିରଫ କରିବା ସହ ବ୍ରାଉନସୁଗାର ଜବତ କରାଯାଇଥିଲା ।

