ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ କରପା ପଞ୍ଚାୟତରେ ଥିବାଶୁଲିପଦର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଅବ୍ୟବସ୍ଥା ରେ ରହିଥିବା ଅଭିଯୋଗ ହୋଇଛି ।
ଭାରତୀୟ ରେଲୱେରେ ସୁରକ୍ଷା ୪.୦

ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ କରପା ପଞ୍ଚାୟତରେ ଥିବାଶୁଲିପଦର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଅବ୍ୟବସ୍ଥା ରେ ରହିଥିବା ଅଭିଯୋଗ ହୋଇଛି ।ଉକ୍ତ ବିଦ୍ୟାଳୟଟି ୧୯୫୯ମସିହାରେ ସ୍ଥାପିତ ହୋଇଛି ।ଏଥିରେ ପ୍ରଥମ ଶ୍ରେଣୀ ରୁ ଦଶମ ଶ୍ରେଣୀ ରେ ୩୩୦ଜଣ ଛାତ୍ରଛାତ୍ରୀ ଅଧୟନ କରୁଥିବା ଜଣାପଡ଼ିଛି । ଆବଶ୍ୟକତା ଅନୁଯାୟୀ ଶିକ୍ଷକଶିକ୍ଷୟିତ୍ରୀ ରହିଥିବା ବେଳେ ଶେଣୀ ଗୃହ ଅଭାବ ରହିଛି । ୫ଟି ବିଦ୍ୟାଳୟ ରେ ଅଷ୍ଟମ ଶ୍ରେଣୀରୁ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ବସି ପାଠ ପଢୁ ଥିବା ବେଳେ ଅନ୍ୟ ୪ଟି ଶ୍ରେଣୀ ଗୃହରେ ୭ଟି ଶେଣୀର ଛାତ୍ର ଛାତ୍ରୀ ବସି ଅଧ୍ୟୟନ କରୁଥିବା ଅଭିଯୋଗ ହୋଇଛି । ପଞ୍ଚମ ,ଷଷ୍ଠ ଓ ସପ୍ତମ ଶ୍ରେଣୀ ଗୋଟିଏ ଲେଖାଏଁ ଗୃହରେ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ଗୋଟିଏ କୋଠରୀରେ ବସୁଥିବା ବେଳେ ତୃତୀୟ ଓ ଚତୁର୍ଥ ଶ୍ରେଣୀ ପିଲାମାନେ ବାରଣ୍ଡାରେ ବସି ପାଠ ପଢ଼ୁଥିବା ଅଭିଯୋଗ ହୋଇଛି । ବାରଣ୍ଡାରେ ବସି ପାଠ ପଢିବା ସମୟରେ ବାହାରେ ଯାନବାହନ ଚଳାଚଳ ହେଲେ ମନ ବାହାରକୁ ଯାଉଛି ପାଠ ପଢାରେ ମନ ଲାଗୁନାହିଁ ବୋଲି ଛାତ୍ର ଛାତ୍ରୀ ମାନେ ଅଭିଯୋଗ କରିଛନ୍ତି । ଷଷ୍ଠ ଓ ସପ୍ତମ ଶ୍ରେଣୀରେ ପାଠ ପଢ଼ୁଥିବା ବେଳେ ମଧ୍ୟ ଆମେ ଅନ୍ୟ ମନସ୍କ ହୋଇଯାଉଛୁ ।


ତେଣୁ ଏହି ବିଦ୍ୟାଳୟ ର ସମସ୍ୟା କେବେ ସୁଧୁରୁଛି ଓ କେବେ ଜିଲ୍ଲା ପାଳ ନଜର ପଡୁଛି ଦେଖିବାକୁ ବାକି ରହିଲା।ଓ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ମୁକୁନ୍ଦ ଗଣ୍ଡିଆ, ପୂର୍ବତନ ସରପଞ୍ଚ ସିନ୍ଧୁ କୁଲେସିକା, ଅଜିତ ପାଣିଗ୍ରାହୀ, ନିରଞ୍ଜନ ମହାନନ୍ଦିଆ ସମେତ ଗ୍ରାମବାସୀ ଉପସ୍ଥିତ ରହିଥିଲେ ।