ଅନୁଷ୍ଠିତ ହୋଇଯାଇଛି ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ। ଭୋଗରାଇ ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ କମଳ ଲୋଚନ ବିଶ୍ଵାଳଙ୍କ ଅବସର ଗ୍ରହଣ ପରିପ୍ରେକ୍ଷୀରେ ଉକ୍ତ ବିଦ୍ୟାଳୟ ପରିଚାଳନା କମିଟିର ତତ୍ତ୍ଵାବଧାନରେ ଏକ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି । ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କମଳ ଲୋଚନ ବିଶ୍ଵାଳ ପ୍ରଦୀପ ପ୍ରଜ୍ବଳନ ଓ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ବିଦ୍ୟାଳୟର ଭାରାପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଭବାନୀ ବାଲା ନନ୍ଦଙ୍କ ସଭାପତିତ୍ବରେ ପୂର୍ବତନ ପ୍ରଧାନଶିକ୍ଷକ ଶଶି ଭୂଷଣ ଚକ୍ରବର୍ତ୍ତୀ ମଞ୍ଚ ପରିଚାଳନା କରି ଏକ ଭାବପୂର୍ଣ୍ଣ ପରିବେଶରେ ଶ୍ରୀଯୁକ୍ତ ବିଶ୍ବାଳଙ୍କୁ ମାନପତ୍ର ,ଉପଢୌକନ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଦ୍ଵାରା ଉପହାର ଓ ପୁଷ୍ପଗୁଚ୍ଛ ଅର୍ପଣ କରି ସମ୍ବର୍ଦ୍ଧିତ କରିଥିଲେ। ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ନୃତ୍ୟ ଗୀତ ପରିବେଷଣ ତଥା ଭାଷଣ ପ୍ରଦାନ କରାଯାଇଥିଲା। ଆୟୋଜିତ ସଭାରେ ଶ୍ରୀଯୁକ୍ତ ବିଶ୍ଵାଳ କହିଥିଲେ ଯେ,ଅବସର ଗ୍ରହଣ ଏକ ସ୍ୱାଭାବିକ ପ୍ରକ୍ରିୟା ତେଣୁ ଏଥିରେ ଦୁଃଖ କରିବା ଅନୁଚିତ୍। ଏହାଛଡା ପିଲାମାନେ ଶୃଙ୍ଖଳିତ ଓ କର୍ତ୍ତବ୍ୟନିଷ୍ଠ ହେଲେ ଯାଇ ନିଜ ଗାଁ ,ରାଜ୍ୟ,ଦେଶ ତଥା ଦେଶ ବାହାରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିବେ ବୋଲି କହିଥିଲେ ।


