ଅପରେସନ ପ୍ରହାରରେ ୭୦ କେଜି ଗଂଜେଇ ଜବତ

ଅପରେସନ ପ୍ରହାରରେ ୭୦ କେଜି ଗଂଜେଇ ଜବତ

Share with people

ଧରା ନ ପଡ଼ିବା ପାଇଁ ପୋଲିସ ବା ଅବକାରୀ ବିଭାଗ କୁ ଚକମା ଦେବା ପାଇଁ ଗୋଟିଏ କାରରେ ୮ ରୁ ୧୦ ଟି ନକଲି ନମ୍ବର ପ୍ଳେଟ ବଦଲାଇ ଚାଲାଣ କରୁଥିଲେ ଗଞ୍ଜେଇ

୭୦ କେଜି ଗଂଜେଇ ସହ ଦୁଇ ଟି କାର ଜବତ ତିନି ଜଣ ଗିରଫ

ଓଡ଼ିଶାକୁ ଗଞ୍ଜେଇ ମୁକ୍ତ କରିବା ପାଇଁ ରାଜ୍ୟ ସରକାର ଅପରେସନ ପ୍ରହାର ଆରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷିରେ ଆଜି ବୁଧବାର ସକାଳେ ଅବକାରୀ ବିଭାଗର ସମ୍ବଲପୁର ସ୍ପେଶାଲ ସ୍କାଡ ଓ ରେଢ଼ାଖୋଲ ଅବକାରୀ ବିଭାଗ ର ମିଳିତ ଚଢ଼ାଉ ରେ ରେଢ଼ାଖୋଲ ବ‌ଉଦ ରାସ୍ତାର କନ୍ଧରା ଓ ହାତୀ ବାହାଲ ଛକ ଠାରେ ଗଞ୍ଜେଇ ଚାଲାଣ ବେଳେ ଚଢ଼ାଉ କରି ଦୁଇଟି କାର ରୁ ୭୦ କେଜି ଗଞ୍ଜେଇ ସହ କାର ଜବତ କରି ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଧରା ନ ପଡ଼ିବା ପାଇଁ ପୋଲିସ ବା ଅବକାରୀ ବିଭାଗ କୁ ଚକମା ଦେବା ପାଇଁ ଗୋଟିଏ କାରରେ ୮ ରୁ ୧୦ ଟି ନକଲି ନମ୍ବର ପ୍ଳେଟ ବଦଲାଇ ଚାଲାଣ କରୁଥିବା ଜଣାପଡିଛି । ଝାରସୁଗୁଡ଼ା ବ୍ରଜରାଜନଗର ଅମରନାଥ ଦ୍ବିବେଦୀ , ଆକାଶ୍ରମ ରୋହିଦାଶ ଓ ଉତ୍ତର ପ୍ରଦେଶ ରାଜ୍ୟର ଅଖିଳାନନ୍ଦ ମିଶ୍ର ଜଣେ ଗିରଫ ହୋଇଥିବା ଜଣାପଡିଛି । ତେବେ ଏମାନେ ଫୁଲବାଣିରୁ ଗଞ୍ଜେଇ ଆଣି ଚାଲାଣ କରୁଥିବା ତଦନ୍ତରୁ ଜଣାପଡିଛି ।


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *