
ଅଟୋ ଭିତରୁ ମିଳିଲା ଯୁବକର ମୃତଦେହ, ହତ୍ୟା ଅଭିଯୋଗ ଆଣୁଛନ୍ତି ପରିବାର ଲୋକ ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ଲରମ୍ଭା ଥାନା ଜୁରିଆ ଗାଁ ନିକଟରେ |ଆଜି ଗାଁର ପୂଝାରୀଟିକ୍ରା ଏକ ନିଛାଟିଆ ସ୍ଥାନରେ ଏକ ଅଟୋ ଥିବା ସ୍ଥାନୀୟ ଲୋକ ଦେଖିଥିଲେ | ପାଖକୁ ଯାଇ ଦେଖିବା ବେଳେ ଜଣେ ବ୍ୟକ୍ତିର ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ |ମୃତକ ହେଉଛନ୍ତି ପଦ୍ମପୁର ଥାନା ଦରବେକେଳା ଗାଁର କ୍ଷୀରୋଦ୍ର ମେହେର | ସେ ଗତକାଲି ସକାଳ ସମୟରେ ନିଜ ଅଟୋ ନେଇକି ପଦ୍ମପୁରକୁ ସାମଗ୍ରୀ ନେବାକୁ ଆସିଥିଲେ | ତେବେ ଠାରୁ ଆଉ ଘର କୁ ଫେରିନଥିଲେ,ଏନେଇ ପରିବାର ଲୋକ ଖୋଜାଖୋଜି କରିଥିଲେ ବି ପାଇନଥିଲେ |ଆଜି ସକାଳୁ ଜୁରିଆ ଗାଁ ର ଏକ ନିଛାଟିଆ ସ୍ଥାନରୁ ଅଟୋ ରେ ମୃତ୍ୟୁ ଦେହ ପଡ଼ିଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ | ପାରିପର୍ଶୀକ ସ୍ଥିତି ଦେଖି ପରିବାର ଲୋକ ହତ୍ୟା ଅଭିଯୋଗ ଆଣୁଥୁବା ବେଳେ ଘଟଣା ସ୍ଥଳରେ ପୁଲିସ ଓ ସାଇଣ୍ଟିକଫିକ ଟିମ ପହଁଚି ତଦନ୍ତ ଆରମ୍ଭ କରୁଛନ୍ତି | ଅଧିକ ତଦନ୍ତ ପାଇଁ ସନ୍ଧନୀ କୁକୁରକୁ ଆଣି ତଦନ୍ତ ଜାରି ରଖିଛି | ତେବେ ବାରମ୍ବାର ଜୁରିଆ ଅଂଚଳରେ ହତ୍ୟା ଚୋରି ଭଳି ଘଟଣା ବୃଦ୍ଧି ପାଉଥିବାରୁ ସ୍ଥାନୀୟ ଲୋକ ପୋଲିସ ଫାଣ୍ଡି ପାଇଁ ଦାବି କରିଛନ୍ତି | ଏନେଇ ପୁଲିସ କିଛି ମୁହଁ ଖୋଲୁନାହିଁ ||
