ଅଙ୍ଗନବାଡି କେନ୍ଦ୍ରରେ ପିଲାଙ୍କୁ ପଚା ଅଣ୍ଡା ଦିଆଯାଉଥିବା ଅଭିଯୋଗ କରି ଅଙ୍ଗନବାଡି କେନ୍ଦ୍ରରେ ତାଲା ପକାଇ ଧାରଣା ରେ ବସିଲେ ଅଭିଭାବକ।

ଅଙ୍ଗନବାଡି କେନ୍ଦ୍ରରେ ପିଲାଙ୍କୁ ପଚା ଅଣ୍ଡା ଦିଆଯାଉଥିବା ଅଭିଯୋଗ କରି ଅଙ୍ଗନବାଡି କେନ୍ଦ୍ରରେ ତାଲା ପକାଇ ଧାରଣା ରେ ବସିଲେ ଅଭିଭାବକ।

Share with people

ପିଲାଙ୍କୁ ପଚା ଅଣ୍ଡା ଦେବା ଅଭିଯୋଗରେ ଅଙ୍ଗନବାଡି କେନ୍ଦ୍ରରେ ତାଲା ପକାଇଛନ୍ତି ଅଭିଭାବକ। ଏପରି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ସୋର ପୌରାଞ୍ଚଳ ଘୋଡାସହି ଗ୍ରାମରେ। ଏହି ଗ୍ରାମରେ ଥିବା ଅଙ୍ଗନବାଡ଼ିରେ ୬ ଜଣ ପିଲା ପାଠ ପଢ଼ୁଥିବା ବେଳେ ଗତ ସେପ୍ଟେମ୍ବର ମାସରେ ପଚା ଅଣ୍ଡା ଖାଇ ୩ ଜଣ ପିଲାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇଥିଲା। ଏହାକୁ ପ୍ରତିବାଦ କରି ଅଭିଭାବକ ମାନେ ପିଲାମାନଙ୍କୁ ଅଙ୍ଗନବାଡିକୁ ଛାଡି ନଥିଲେ। ଏବାବଦର ସୋର ବିଧାୟକ ଓ ସିଡିପିଓଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସମାଧାନ ହୋଇନାହିଁ। ଫଳରେ ଆଜି ଅଙ୍ଗନବାଡି କର୍ମୀଙ୍କୁ ବଦଳି ଦାବିରେ ମହିଳା ମାନେ ଅଙ୍ଗନବାଡି କେନ୍ଦ୍ରରେ ତାଲା ପକାଇ ପ୍ରତିବାଦ କରିଥିଲେ। ଖବର ପାଇ ସୋର ସିଡିପିଓ ଘଟଣା ସ୍ଥଳରେ ପହଞ୍ଚି ଧାରଣାରତ ଅଭିଭାବକଙ୍କ ସହିତ ଆଲୋଚନା କରିଥିବା ଜଣାପଡ଼ିଛି |


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *