ଭୋକରେ ଫେରିଲେ ଅଙ୍ଗନବାଡି ପିଲା

ଭୋକରେ ଫେରିଲେ ଅଙ୍ଗନବାଡି ପିଲା

Share with people

ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ଅଧୀନ ଧଡାସାହି ପଞ୍ଚାୟତର ବେଲାଝୁରୀ ଅଙ୍ଗନବାଡି କେନ୍ଦ୍ରରେ ଗତକାଲିଠୁ ଗ୍ରାମବାସୀ ତାଲା ପକାଇବା ସହିତ ଧାରଣା ଦେଇଛନ୍ତି I ଉକ୍ତ ଅଙ୍ଗନବାଡି କେନ୍ଦ୍ରରେ କର୍ମୀ ନିଯୁକ୍ତିକୁ ନେଇ ବିବାଦ ଦେଖା ଦେଇଛି I ସୂଚନା ଅନୁଯାୟୀ, କର୍ମୀ ନିଯୁକ୍ତି ପାଇଁ ବିଜ୍ଞାପନ ଚଳିତ ବର୍ଷ ଗତ ଜୁଲାଇ ୯ ତାରିଖରେ ବାହାରିଥିଲା ଏବଂ ଆବେଦନ କରିବାର ଶେଷ ତାରିଖ ଥିଲା ଜୁଲାଇ ୨୪ I ଆବେଦନ କରିବାର ଶେଷ ତାରିଖ ପରେ ମୋରଡା ଆଇସିଡିଏସ ବିଭାଗ ତରଫରୁ ଉକ୍ତ ଅଙ୍ଗନବାଡି କେନ୍ଦ୍ରରେ ଆବେଦନ କରିଥିବା ପ୍ରାର୍ଥୀ ମଧ୍ୟରୁ ରଜନୀ ଟୁଡୁଙ୍କୁ ବଛା ଯାଇ ନିଯୁକ୍ତି ଦିଆଯାଇଛି ଯାହାକୁ ନେଇ ବେଲାଝୁରୀ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିବା ସହିତ କର୍ମୀ ନିଯୁକ୍ତିରେ ଅନିୟମିତତା ହୋଇଛନ୍ତି ବୋଲି କହିଛନ୍ତି ଫୁଲେଶ୍ୱରୀ ହେମ୍ବ୍ରମ,ଦୁର୍ଗା ହାଁସଦା,ରାମଚନ୍ଦ୍ର ମୁର୍ମୁ,ରାମ ମାର୍ଣ୍ଡି,ଥୁମ୍ପୁ ମାର୍ଣ୍ଡି,ପାନମଣି ମୁର୍ମୁ ଏବଂ ଅନ୍ୟମାନେ I ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ, ରଜନୀ ଟୁଡୁଙ୍କ ମା ମଧ୍ୟ ଉକ୍ତ ଅଙ୍ଗନବାଡି କେନ୍ଦ୍ରରେ ରୋଷେୟା ଭାବେ କାର୍ଯ୍ୟରତ I ତେଣୁ ବିଭାଗ ଗ୍ରାମବାସୀଙ୍କ ପ୍ରତି ବୈମାତୃକ ମନୋଭାବ ରଖି ଅନିୟମିତତା କରି ରଜନୀଙ୍କୁ ନିଯୁକ୍ତି ପ୍ରଦାନ କରିଛି I ତେଣୁ ବିଭାଗ ଏହା ଉପରେ ପୁନଃ ବିଚାର ରଜନୀଙ୍କ ବଦଳରେ ମାର୍କ ଭିତ୍ତିରେ ଗ୍ରାମର ଅନ୍ୟ ଜଣଙ୍କୁ ନିଯୁକ୍ତି ଦେବା ପାଇଁ ଗ୍ରାମବାସୀ ଗତ ଅଗଷ୍ଟ ୨୪ ତାରିଖରେ ମୋରଡା ସିଡିପିଓଙ୍କୁ ଲିଖିତ ଭାବେ ପ୍ରଦାନ କରିଥିଲେ I ତେବେ ତିନିମାସ ପରେ ମଧ୍ୟ ବିଭାଗ ତରଫରୁ ଏବବାବଦରେ କୌଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ଉକ୍ତ ଗ୍ରାମବାସୀ ମାନେ ଗତକାଲି ଉକ୍ତ ଅଙ୍ଗନବାଡି କେନ୍ଦ୍ରରେ ତାଲା ପକାଇବା ସହିତ ଆଜି ମଧ୍ୟ ତାଲା ପକାଇ ଧାରଣା ଦେଇଥିଲେ I ଫଳରେ ଦୁଇଦିନ ହେବ ଉକ୍ତ ଅଙ୍ଗନବାଡି କେନ୍ଦ୍ରରେ ରୋଷେଇ ବନ୍ଦ ହେବା ଫଳରେ କୁନି କୁନି ପିଲା ମାନେ ଖାଦ୍ୟ ପାଇବାରୁ ବଞ୍ଚିତ ହୋଇଛନ୍ତି ବୋଲି କହିଛନ୍ତି ଉକ୍ତ ଅଙ୍ଗନବାଡି କେନ୍ଦ୍ରର ଇନଚାର୍ଜ ଟିକିଲି ମୁର୍ମୁ I ଏବାବଦରେ ମୋରଡ଼ା ସିଡିପିଓ ବିଟୁ ଟୁଡୁଙ୍କୁ ପଚାରିବାରୁ ନିଯୁକ୍ତିରେ କୌଣସି ଅନିୟମିତତା ହୋଇନାହିଁ, ଯାହାବି ହୋଇଛି ସରକାରୀ ଗାଇଲାଇନ ଅନୁସାରେ ହୋଇଛି ବୋଲି କହିଥିଲେ I ତେବେ ଦୁଇ ଦିନ ଧରି ପିଲାମାନେ କିଛି ଖାଦ୍ୟ ନଖାଇ ଘରକୁ ଫେରିଯାଇଥିଲେ I ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି I ତେବେ ଆଜି ସିଡିପିଓ ବିଟୁ ଟୁଡୁ ଘଟଣାସ୍ଥଳକୁ ଯାଇଥିଲେ ମଧ୍ୟ କୋୖଣସି ସମାଧାନ ର ବାଟ ବାହାରି ପାରିନଥିବା ଜଣାପଡିଛି I


Share with people

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *