ପୁରୀ ଜିଲ୍ଲା ଗୋପ ବ୍ଳକ ବେଦପୁର ପଞ୍ଚାୟତ ବେଗୁନିଆ ଗ୍ରାମର ସଞ୍ଜୁ ଭୋଇ ଘରେ ରୋଷେଇ କରିବା ସମୟରେ , ଗ୍ୟାସ ସିଲିଣ୍ଡର ପାଖରେ ଥିବା ବିଷାକ୍ତ ନାଗ ସାପ ତାଙ୍କ ଗୋଡ଼କୁ କାମୁଡି ଦେଇଥିଲା | ଏସମ୍ପର୍କରେ ଜାଣିବାକୁ ପାଇ ତାଙ୍କ ସ୍ବାମୀ ସଙ୍ଗେ ସଙ୍ଗେ ତାଙ୍କୁ ଗୋପ ମେଡିକାଲକୁ ନେଇଯାଇଥିଲେ | ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଭୂବନେଶ୍ୱର ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି | ସେପଟେ ନାଗ ସାପଟି କିନ୍ତୁ ଘର ଭିତରୁ ବାହାରିନଥିବା ଜଣା ପଡ଼ିଛି |

Posted inଓଡ଼ିଶା
